Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ରୁ କେରଳ ଗଡିଲା ଦାଦନ ବସ: ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ବାହାରିଲା ବସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଦାଦନ ମାନଙ୍କୁ କେରଳ ନେବା ପାଇଁ କନ୍ଧମାଳ ରୁ ଗଡ଼ିଲା ଦାଦନ ବସ । ଦଲାଲ କବଜାରେ ଶହ ଶହ ନିରୀହ ଆଦିବାସୀ। ଭଲ ଅର୍ଥ ଉପାର୍ଜନ ନେଇ ପ୍ରଲୋଭନ ର ଶିକାର ହୋଇ ନିରୀହ ଲୋକେ ବର୍ତ୍ତମାନ ଦାଦନ ପାଇଁ କେରଳ ମୁହାଁ । କନ୍ଧମାଳ ରୁ ଦାଦନ ଶ୍ରମିକ ଦୁର୍ଦଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ କାହାର ଆନ୍ତରିକତା ନାହିଁ । ପୁଣି ଦଲାଲ ର ପ୍ରଲୋଭନ ର ଶିକାର ହୋଇ ଶହଶହ ଆଦିବାସୀ ଦାଦନ ମୁହାଁ ହେଲେଣି । ଏଥି ପାଇଁ ବିଭିନ୍ନ ଗାଁ ଗଣ୍ଡାରେ ରେ ଆସି ପହଞ୍ଚିଲାଣି କେରଳ ର ଦାଦନ ବସ । କେବଳ ରାଇକିଆ ନୁହେଁ ଦାରିଙ୍ଗବାଡି,ବାଲିଗୁଡା, କ.ନୂଆଗାଁ ,ଜି ଉଦୟଗିରି ,ଟିକାବାଲି ,ତୁମୁଡିବନ୍ଧ ଆଦି ଅଞ୍ଚଳରୁ ଦାଦନ ଚାଲାଣ ହୋଇଥାନ୍ତି । ବିଭିନ୍ନ ଗାଁ ରେ ଅଜୁଆ ଟ୍ରାଭଲସରେ ଟିକଟ ଅଗ୍ରୀମ ମିଳିଥାଏ ବୋଲି ବଡ ବ୍ୟାନର ଦେଖିବାକୁ ମିଳିଥାଏ । ପ୍ରତ୍ଯେକ ବୁଧବାର ଦିନ ବସ ଆସି ପହଞ୍ଚିବା ପରେ ଶୁକ୍ରବାର ଦିନ ୧୧ ଟା ବେଳେ ରାଇକିଆ ରୁ କେରଳ ବସ ଛାଡିଥାଏ ୫୦ ଦାଦନ ଙ୍କୁ ନେଇ ।ଗୋଟିଏ ଦାଦନ ଶ୍ରମିକ କୁ ଟିକଟ ର ମୂଲ୍ୟ ତିନି ହଜାର ଟଙ୍କା ରହିଥିବା ବେଳେ ତିନି ଦିନ ସମୟ ଲାଗୁଛି କେରଳ ରେ ପହଞ୍ଚିବା ପାଇଁ । ରାଇକିଆ ଥାନା ନିକଟ ବସଷ୍ଟାଣ୍ଡ ରୁ ବସ ରେ ଶହ ଶହ ଅଣ ପଞ୍ଜିକୃତ ଦାଦନ କେରଳ କୁ ଯାଇଥାନ୍ତି ।ଏହି ଦାଦନ ବସ ସେବା ତିନି ମାସ ହେବ ଚାଲୁଥିବା ବେଳେ କାହାର ଲଗାମ ନାହି । ଦାଦନ ଶ୍ରମିକ ମାନେ କହିଛନ୍ତି ଯେ, ଆମ ମାନଙ୍କୁ ଏଠାରେ କାମ ଧନ୍ଦା ମିଳୁନାହିଁ ,କାମ ଧନ୍ଦା କଲେ ମଧ୍ୟ ଠିକ ଭାବେ ଟଙ୍କା ବି ମିଳୁନାହିଁ, ଯାହା ଫଳରେ ଦାଦନ ଯିବାକୁ ବାଧ୍ୟ ହେଉଛୁ । ଦାଦନ ଖଟିବାକୁ ଯାଉଥିବା ଅଧିକାଂଶ ଶ୍ରମିକ ଙ୍କ ଶ୍ରମ କାର୍ଡ ମଧ୍ୟ ନଥିବା କହିଛନ୍ତି । ଦାଦନ ବସ ରେ ଦିନ ଦିପହରେ ଦାଦନ ଦଲାଲ ମାନେ ଚାଲାଣ କରୁଥିଲେ ମଧ୍ୟ ଶ୍ରମ ବିଭାଗ ନା ପୁଲିସ କେହି ମଧ୍ୟ ଏହି ବେଆଇନ ଦାଦନ ଚାଲାଣ କୁ ରୋକିବା ପାଇଁ ଆସିନଥାନ୍ତି ସତେ ଯେମିତି ଏହି ଦାଦନ ବସ ଚାଲିବାରେ ସମସ୍ତଙ୍କ ସହଭାଗୀତା ରହିଛି । ଏପରି କ୍ଷେତ୍ରରେ ରାଜ୍ୟ ସରକାର ବିକାଶ ର ସ୍ଲୋଗାନ ଦେଇ ଷଷ୍ଠ ଥର ପାଇଁ ବିଜୟୀ ହେବା କହୁଥିବା ବେଳେ କନ୍ଧମାଳ ବିଜେପି ପଛୁଆ ବର୍ଗ ସଭାପତି ସନ୍ତୋଷ କୁମାର ଲେଙ୍କା ଓ କଂଗ୍ରେସ ର ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର ରାଜ୍ୟ ସରକାରଙ୍କ ବିକାଶ ସ୍ଲୋଗାନକୁ ତିବ୍ର ସମାଲୋଚନା କରି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories