Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧମାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ସମ୍ବଲପୁର (ଧମା):ଆଜି ଧମା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏଥିପାଇଁ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ୍ ଲଳିତା ପଧାନ,ସମିତି ସଭ୍ୟା ଭଗବତୀ ମେହେର, ମଥୁରା ପ୍ରସାଦ ସରକାରୀ ବିଦ୍ୟାଳୟ ଧମାର ପ୍ରଧାନ ଶିକ୍ଷୟତ୍ରି ସୁଚିତ୍ରା ପଣ୍ଡା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ବେହେରା, ପଞ୍ଚାୟତ କାର୍ଯ୍ୟକାରୀ ଅଧିକାରୀ ଶାଲେଗ୍ରାମ ଭୋଇ, ଗ୍ରାମ ରୋଜଗାର ସେବକ ବଳରାମ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଲ୍ଲୀ ବିକାଶରୁ ଦିଲ୍ଲୀ ବିକାଶର ଅର୍ଥାତ ବିକଶିତ ଭାରତ ସହିତ ସମଗ୍ର ଭାରତୀୟ ନିଜର ଗର୍ବ ଓ ଗାରିମାରେ ରହିଥାନ୍ତି ବୋଲି ମତପୋଷଣ କରିଥିଲେ । ଆୟୋଜିତ ସଭାରେ ପଞ୍ଚାୟତର ପ୍ରତି ପଡା ଓ ଗ୍ରାମରୁ ଶତାଧିକ ଜନ ସାଧାରଣଙ୍କ ସମାଗମ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ