Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ପକ୍ଷରୁ ଏମବିକେ ତାଲିମ ଶିବିର:ରାଜ୍ୟ ଓ ଜିଲ୍ଲା କମିଟିର ପରିଦର୍ଶନ

ସମ୍ବଲପୁର(ପଡିଆବାହାଲ):ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ କାଗଜପତ୍ର,ହିସାବ ଓ କାର୍ଯ୍ୟକ୍ରମକୁ ନଥିରେ ଲିପିବଦ୍ଧ କରୁଥିବା ଏମବିକେ(ମାଷ୍ଟର ବୁକ କିପର)ମାନଙ୍କ କମ୍ପ୍ୟୁଟର ଦକ୍ଷତା ବୃଦ୍ଧି ,ସୂଚନା ଜ୍ଞାନ କୌଶଳ, ହିସାବକୁ ଇ-ଗଭରନାନ୍ସ ସହ ଖାପ ଖୁଆଇ ପ୍ରତ୍ୟେକ କାର୍ଯ୍ୟ ଶୈଳୀର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ତାଲିମ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଓଡିଶା କମ୍ପ୍ୟୁଟର ଏପ୍ଲିକେସନ ସେଣ୍ଟର(ଓକାକ୍) ଏବଂ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼(ଓକେସିଏଲ)କୁ ମିଳିତ ଭାବେ ଦାୟିତ୍ତ୍ୱ ହସ୍ତାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦିନ ୧୧.୧୦ ଟା ସମୟରେ ଯୁଜୋମୁରା ବ୍ଲକ ଅନ୍ତର୍ଗତ ଓକେସିଏଲ ଦ୍ୱାରା ପଡିଆବାହାଲ ସ୍ଥିତ ଅଧିକୃତ ଶିକ୍ଷାକେନ୍ଦ୍ର ଓରିଟେକ କମ୍ପୁଟର ଏଡୁକେସନ୍ ସେଣ୍ଟରରେ ଚାଲିଥିବା ତାଲିମ ତଦାରଖ କରିବାକୁ ମିଶନ ଶକ୍ତିର ଯୁଗ୍ମ ନିର୍ଦ୍ଦେଶକ ବିନୋଦ କୁମାର ଜେନା,ଆଇବି ଓ ସିବି ସୌମ୍ୟ ରଞ୍ଜନ ସ୍ୱାଇଁ ସମ୍ବଲପୁର ମିଶନ ଶକ୍ତିର ଡିପିଏମ ପୁଷ୍ପଲତା ନାୟକ,ଡିପିସି ଭାରତୀ ବେର୍ଷା ଅଚାନକ ପରିଦର୍ଶନ ଆସି କିପରି ତାଲିମ ଚାଲିଛି ତାହା ପରିଦର୍ଶନ କରି ଏମ୍.ବି.କେ ମାନଙ୍କୁ ପଚାରି ବୁଝିଥିଲେ। ଏହି ସମୟରେ ସଂସ୍ଥାର ନିର୍ଦ୍ଦେଶକ ସୁଜିତ କୁମାର ବେହେରା, ସହ ନିର୍ଦ୍ଦେଶକ ଡିଲେସ୍ଵର୍ ମିର୍ଧା , ବରିଷ୍ଠ ଶିକ୍ଷକ ଦିନେଶ ନାଗ୍ ,କନିଷ୍ଠ କମ୍ପ୍ୟୁଟର ଶିକ୍ଷୟତ୍ରୀ ପ୍ରଭାତୀ ମଗର ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ