Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ମେଘପାଳ ପଞ୍ଚାୟତରେ କମ୍ୱଳ ବଣ୍ଟନ

ସମ୍ବଲପୁର(ମେଘପାଳ):: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମେଘପାଳ ପଞ୍ଚାୟତରେ ଆଜି ଲୋକ ସେବକ ମଣ୍ଡଳ ଓ ‘ସମାଜ’ ରିଲିଫ କମିଟି ପକ୍ଷରୁ କମ୍ୱଳ ବଣ୍ଟନ କରାଯାଇଛି | ‘ସମାଜ’ ରିଲିଫ କମିଟି ର ଅଧ୍ୟକ୍ଷ ନିରଞ୍ଜନ ରଥ ଙ୍କ ପରାମର୍ଶ କ୍ରମେ ଏବଂ ଲୋକ ସେବକ ମଣ୍ଡଳ ର ସ୍ଥାନୀୟ ପରାମର୍ଶଦାତା କମିଟିର ସମ୍ପାଦକ ରଘୁନାଥ ମିଶ୍ର ଙ୍କ ତତ୍ତ୍ୱାବଧାନରେ ସମ୍ବଲପୁର ସହର ଠାରୁ 35 କିଲୋମିଟର ଦୂରବର୍ତ୍ତୀ ପଛୁଆ ଅଞ୍ଚଳରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମେଘପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମବେତ ପାନପୋଷି,ମେଘପାଳ, ତିଲେଇମାଲ୍, ଦାଉପଡ଼ା, ଲାଇନ୍’ପଡ଼ା, ବାଁଡ଼ିଝରନ୍,ରାନ୍’ତାଲ୍,ମାରଙ୍ଗବାହାଲ୍,ଗିରିଜାପଡ଼ା, ଘୁଷୁରିଆବାହାଲ,ଲଇକେରାବାହାଲ୍ ଓ ଖାଡ଼ିବେର୍ଣ୍ଣା ଆଦି ପ୍ରାୟ ୧୨ଟି ଗ୍ରାମର ୪୦ଟି ଗରିବ ପରିବାରର ଅସମର୍ଥ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ଲୋକ ସେବକ ମଣ୍ଡଳ ଉପଦେଷ୍ଟା କମିଟିର ସମ୍ପାଦକ ରଘୁନାଥ ମିଶ୍ର, ଶିକ୍ଷାବିଦ୍ ରାଜେନ୍ଦ୍ର କୁମାର ପଣ୍ଡା ଓ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର୍ ପ୍ରମୁଖ କମ୍ବଳ ବଣ୍ଟନ କରିଥିଲେ | ମେଘପାଳ ସରପଞ୍ଚ ମମତା ପ୍ରଧାନ, ସାମାଜିକ କର୍ମୀ ଯଶୋବନ୍ତ ନାଏକ, ହିମାଦ୍ରୀ ପ୍ରଧାନ, ଗତିରାଜ ପ୍ରଧାନ, ହୃଦାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |