Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅରୁଣ ଷଡଙ୍ଗୀ ହେଲେ କାର୍ଯ୍ୟକାରୀ ପୁଲିସ ମହା ନିର୍ଦ୍ଦେଶକ

ଭୁବନେଶ୍ୱର:୧୯୯୦ ବ୍ୟାଚ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଭାବେ ଆଜି ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଷଡ଼ଙ୍ଗୀ ତାଙ୍କ ଦାୟିତ୍ଵ ସହ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ। ନୂତନ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଷଡ଼ଙ୍ଗୀ ଏହି ଦାୟିତ୍ବରେ ରହିବେ । ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ ଆସନ୍ତା କାଲି ( ଡିସେମ୍ବର ୩୧)ରେ ଅବସର ଗ୍ରହଣ କରୁଥିବାରୁ ରାଜ୍ୟ ସରକାର ନୂତନ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ପୁଲିସ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି

More Stories