Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିରାଶ୍ରୟକୁ ବାସ ଗୃହ ଦେଇ ଜନ୍ମ ଦିନ ପାଲିଲେ ସିଦ୍ଧୁ

ସମ୍ବଲପୁର:ନିଜ ଜନ୍ମ ଦିନରେ ଜଣେ ନିରାଶ୍ରୟ ମହିଳାଙ୍କୁ ବାସ ଗୃହ ଦେଉ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାର୍ଥ ସାହା।ସିଦ୍ଧୁ ନାମରେ ସେ ସାରା ଜିଲ୍ଲରେ ପରିଚିତ।ଆଗଧାଡିର ଜଣେ ନେତା,ସଂଗଠକ ଓ ସମାଜସେବୀ ଭାବେ ସିଦ୍ଧୁ ଖୁବ ଜଣାଶୁଣା।ସ୍ଥାନୀୟ ବଡ଼ବଜାର ୱାର୍ଡ ନମ୍ବର-୧୭ ଅନ୍ତର୍ଗତ ମଝିପଡା ନିବାସୀ ଅମ୍ବିକା ମେହେରଙ୍କ ଦୁରାବସ୍ତା ଜାଣି ସେ ହୋଇଥିଲେ ସାହାରା।ତାଙ୍କର ଆଉ ପରିବାରର କେହି ନାହାନ୍ତି।ସ୍ୱାମୀ ଆରପାରିକୁ ଛାଡି ଯିବାପରେ ସେ ବଡ ଦୁଃଖରେ ଜୀବନ କାଟୁଛନ୍ତି।ଘରକୁ ଘର ବୁଲି ବାସନ ମାଜି ଭଙ୍ଗା କୁଡ଼ିଆ ଘର ଟିରେ ରହୁଥିଲେ ସେ। ଏହା ସମାଜସେବୀ ସିଦ୍ଧାର୍ଥ ସାହା(ସିଦ୍ଧୁ)ଙ୍କ ନଜରକୁ ଆସିବାପରେ ନୂତନ ଘର ନିର୍ମାଣ କରି ଆଜି ତାଙ୍କ ଜନ୍ମଦିନ ଅବସରରେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରେୟା ରାଣୀ ରାୟଙ୍କ ହାତରୁ ନଡ଼ିଆ ଫଟାଇ-ପୂଜାର୍ଚ୍ଚନା କରି ଶୁକ୍ରବାର ଘରଟି ତାଙ୍କୁ ହସ୍ତାନ୍ତର କରାଯାଇଛି।ଏହି ଅବସରରେ ଭଗତ ଭାଇଙ୍କ ସହିତ ଗୋଲକ ବିହାରୀ ମିଶ୍ର, ଶ୍ୱେତ ପ୍ରଧାନ,ଶିବ ପ୍ରଧାନ,ପୂର୍ଣ୍ଣିମା ନାଗ,ଅନୁ ସିଚୁଆ,ମନ୍ଦାର ସେଠ,ସୁକୁନ ଲମ୍ଭା,ବାସନ୍ତୀ ମେହେର,ଦୁଲାଲ ଚନ୍ଦ୍ର ରାୟ,ପାଣ୍ଡବ ମୁଖୀ, ବାବୁଲୁ କ୍ୟାଡରୀ, ଶିବ ପ୍ରସାଦ ସ୍ୱାଇଁ,ଜଫର ଅଲ୍ଲୀ ଖାନ, ସୈନିକ ମହାନନ୍ଦ, ଦିନେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।