Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ, ରାସ୍ତା କଡରେ ଅଟକି ରହିଛି ହଜାର ହଜାର ଟ୍ରକ

ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ରାସ୍ତା କଡରେ ଅଟକି ରହିଛି ଟ୍ରକ । ଦୋକାନରେ ପହଞ୍ଚି ପାରୁନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ସୁନ୍ଦରଗଡ ଓ ରାଉରକେଲାରେ ଷ୍ଟ୍ରାଇକ ଯୋଗୁ ହନ୍ତସନ୍ତ ହୋଇଛନ୍ତି ଖାଉଟି । ପଟ୍ରୋଲ ପମ୍ପରେ ତେଲ ପହଞ୍ଚି ପାରିନଥିବାରୁ ତେଲ ପାଇଁ ହିନସ୍ତା ହୋଇଛନ୍ତି ଲୋକ । ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ନହେଲେ ଆଗକୁ ଚକାଜାମ ଆନ୍ଦୋଳନର ଧମକ ଦେଇଛି ମହାସଂଘ।

କେନ୍ଦ୍ରର ହିଟ ଆଣ୍ଡ ରନ୍ ଆଇନକୁ ଦେଶବ୍ୟାପୀ ବିରୋଧ । ଓଡ଼ିଶାରେ ବି ପଡିଛି ଟ୍ରକ, ଟ୍ୟାଙ୍କର ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ସୁନ୍ଦରଗଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଚନ୍ତି ଡ୍ରାଇଭର । ରାସ୍ତାରେ ଅଟକି ରହିଛି ଶହଶହ ଗାଡି ।

ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୪ (ଏ) ଦଣ୍ଡାଦେଶକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତେଜୁଛି ଆନ୍ଦୋଳନ । ବୁଧବାର ଦିଲ୍ଲୀରେ ଛଅଟି ଫେଡେରେସନର ବୈଠକ ବସିବ । ବୈଠକ ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ଦାବିପତ୍ର । ଏହି ଆଇନ ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ ।