Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଭୂମୀ ଖିଣ୍ଡା ସ୍ୱଦେଶ ଯୋଜାନାରେ ସାମିଲ: ବିଧାୟକ ନାଉରୀ ଜଣାଇଲେ କୃତଜ୍ଞତା

ସମ୍ବଲପୁର(ରେଙ୍ଗାଲି):ଡେବ୍ରିଗଡ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡାକୁ ସ୍ବଦେଶ ଦର୍ଶନ ଯୋଜନାରେ କେନ୍ଦ୍ର ସରକାର ସାମିଲ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ।ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପବିତ୍ର ଖିଣ୍ଡା ମାଟିକୁ ସ୍ଵାଧୀନତାର ପୁଣ୍ୟ ପବିତ୍ର ତୀର୍ଥକ୍ଷେତ୍ର ହିସାବରେ ଗଢି ତୋଳିବାର ଯେଉଁ ସ୍ବପ୍ନ ଥିଲା ତାହା ସାକାର ହେବାକୁ ଯାଉଛି । ଆଜାଦିର ଅମୃତ କାଳରେ କେନ୍ଦ୍ର ସରକାରଙ୍କ ଏଇ ଐତିହାସିକ ନିଷ୍ପତ୍ତି ରେଙ୍ଗାଲି ନିର୍ବାଚନ ମଣ୍ଡଳ କାହିଁକି ସମଗ୍ର ଓଡିଶା ବାସୀଙ୍କ ପାଇଁ ଏକ ଅମୃତ ଉପହାର ସଦୃଶ୍ୟ ବୋଲି କଗିଛନ୍ତି ବିଧାୟକ ନାଉରୀ ନାଏକ। ଏଥି ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଅଞ୍ଚଲକ ବାସୀ କୃତଜ୍ଞତା ଜଣାଇଛନ୍ତି ।