Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାବିତ୍ରୀ ବାଈ ଆଧୁନିକ ଯୁଗର ପାଠ୍ୟ ପୁସ୍ତକରେ ଏକ ସ୍ଥାନୀତ ହେବା ଚରିତ୍ର

ସମ୍ବଲପୁର(ପଡିଆବାହାଲ):ସାବିତ୍ରୀ ବାଈ ଫୁଲେଙ୍କ ନାମ ଖୁବ କମ ଲୋକ ଜାଣନ୍ତି ପ୍ରସାର ଓ ପ୍ରଚାର ଠାରୁ ଖୁବ ଉର୍ଦ୍ଧ୍ୱରେ ଥିବା ଏହି ମହିଳା କିନ୍ତୁ ଜଣେ ବିକଶିତ ମହିଳା ଓ ଭାରତ ବର୍ଷର ନାରୀ ମାନଙ୍କ ମଧ୍ୟରୁ ଖୁବ ଉଚ୍ଚରେ। ସେ ଭାତର ଗୌରବର ଅଧିକାରୀ। ଆଧୁନିକ ଯୁଗର ପାଠ୍ୟ ବିଷୟ ବସ୍ତୁର ଏକ ଜ୍ୱଳନ୍ତ ନକ୍ଷତ୍ର ବୋଲି ଆଜି ବାହାମ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସାବିତ୍ରୀ ବାଈ ଫୁଲେଙ୍କ ୧୯୩ ତମ ଜନ୍ମ ଜୟନ୍ତୀରେ ମତ ପ୍ରକାଶ ପାଇଥିଲା।
ଆୟୋଜିତ ସଭାରେ ବାହାମ ସରପଞ୍ଚ୍ ସରସ୍ୱତୀ ଭୋସାଗର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେଉଁ ସମୟରେ ବାଳିକା ଶିକ୍ଷାରେ ପ୍ରତିବନ୍ଦକ ଥିଲା ସେହି ସମୟରେ ସେ ହେଉଛନ୍ତି ସମଗ୍ର ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟତ୍ରୀ। ବାଳିକା ଶିକ୍ଷାର ମୂଳପିଣ୍ଡର ସେ ଥିଲେ ଆଧାର। ମୁଖ୍ୟବକ୍ତା ଭାବେ ସମାଜସେବୀ ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗଦେଇ କହିଥିଲେ ବ୍ରିଟିସ ଅମଳରେ ଭାରତୀୟ ମାନଙ୍କୁ ବିଶେଷ କରି ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଥିଲା। ସେହି ସମୟରେ ବାଳିକା ଶିକ୍ଷା,ମହିଳା ସଶକ୍ତିକରଣ,ନାରୀ ଅଧିକାର ଭଳି କାର୍ଯ୍ୟ ଦେଖାଇବାରେ ସାବିତ୍ରୀ ବାଈଙ୍କ ଅବଦାନ ଆଜିର ସମାଜ ପାଇଁ ଏକ ଶିକ୍ଷଣୀୟ ବିଷୟ। ସତୀପ୍ରଥା,ଜାତି ଭେଦ,ବାଲ୍ୟ ବିବାହ ବିରୋଧରେ ତାଙ୍କର ସଂଗ୍ରାମ ଓ କୁସଂସ୍କାର ବିରୋଧରେ ତାଙ୍କ ସ୍ୱର ସ୍ୱାକ୍ଷର ଆଧୁନିକ ସମାଜ ପାଇଁ ଏକ ଦର୍ପଣ ସଦୃଶ। ମୋଟାମୋଟି ଭାବେ କୁପ୍ରଥା,ଅନ୍ଧ ବିଶ୍ୱାସ ଭଳି କୁସଂସ୍କାର ବିରିଧରେ ସେ ଥିଲେ ଜଣେ ଉତ୍ତମ ସମାଜ ସୁଧାରକ । ପୁନଶ୍ଚ ସେଥିଲେ ଜଣେ ଅଗ୍ରଗାମୀ କବୟତ୍ରୀ। ଆଧୁନିକ ମରାଠି କାବ୍ୟର ଅଗ୍ରଦୂତ ଭାବେ ସାବିତ୍ରୀ ବାଈଙ୍କୁ ଗ୍ରହଣ କରାଯାଏ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ନେଇ ତାଙ୍କର ମନୋବଳ ସେହି ସମୟରେ ଖୁବ୍ ଦୃଢ ଥିଲା। ଆଜିର ନାରୀ ମାନଙ୍କ ପାଇଁ ସାବିତ୍ରୀ ବାଈ ଏକ ବିସ୍ମୟ ଉଦାହରଣ ହୋଇ ଚିରକାଳ ରହିବେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପୁର୍ବତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଅତିଥି ପରିଚୟ ସହିତ ସାବିତ୍ରୀ ବାଈଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରି କହିଥିଲେ କଷାଘାତକୁ ନଡରି ବରଂ ସକରାତ୍ମକ ଭାବେ ତାଙ୍କ ଉପରେ ହେଉଥିବା ତାଡନା,ନିର୍ଯ୍ୟାତନା ଓ ଅତ୍ୟାଚାରକୁ ଏକ ଶିକ୍ଷା ଭାବେ ଗ୍ରହଣ କରି ନେଇ ଥିବାରୁ ପୁନେଠାରେ ଥିବା ବିଶ୍ୱ ବିଦ୍ୟାଳୟ ତାଙ୍କ ନାମରେ ନାମିତ ହେବାଭଳି ଏଭଳି ମହିୟସୀ ମହିଳା ଏ ଜାତି ଓ ସମାଜ ପାଇଁ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ।ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ ଅଧ୍ୟକ୍ଷତା କରି କହିଥିଲେ ସାବିତ୍ରୀ ବାଈ ଥିଲେ ଜଣେ ଭାରତୀୟ ପ୍ରଥମ ଶିକ୍ଷୟତ୍ରୀ,ବାଳିକା ଶିକ୍ଷାର ପ୍ରବର୍ତ୍ତକ ଓ ଜଣେ ସମାଜ ସୁଧାରିକା। ଜାତି,ଧର୍ମ,ବର୍ଣ୍ଣ ,ଲିଙ୍ଗ ଭେଦ ନିର୍ବିଶେଷରେ ସେ ଥିଲେ ଜଣେ ସମାଜ ସଂସ୍କାରକ। ଆୟୋଜିତ ଜୟନ୍ତୀ ସଭାରେ ଶିକ୍ଷୟତ୍ରୀ କିରନ ଦୀପ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୌମ୍ୟ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ନାଏକ ସରପଞ୍ଚ୍ ଜ୍ୟୋତିଷ କିଶୋର ମିଶ୍ର,ବିରେନ୍ଦ୍ର ସା,ରୁବି ଭୋଇ,ମିନି ପ୍ରଧାନ,ସୁମିତ୍ରା ଛତର,ଝୁମିତା ପ୍ରଧାନ,ଅଶ୍ୱୀନି କୁମାର ବେହେରା,ମଧୁମିତା ବାଗ୍,ଅନିତା ପ୍ରଧାନ,ଗୀତାଞ୍ଜଳି ଶାସିନୀ,ଲକ୍ଷ୍ମୀ ଭୋଇ ଓ ପରମେଶ୍ୱର ନାଏକଙ୍କ ସହିତ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରି ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିନକୁ ଜାତୀୟ ମାନ୍ୟତା ସହିତ ପ୍ରତିଟି ଶିକ୍ଷାନୁଷ୍ଟାନରେ ପାଳନ କରିବା ସହିତ ସାବିତ୍ରୀଙ୍କ ଜୀବନ କାହାଣୀ ପାଠ୍ୟ ପୁସ୍ତକର ବିଷୟ ବସ୍ତୁ ଭାବେ ସ୍ଥାନୀତ ହେବା ନେଇ ସଭାରେ ଗୁରୁତ୍ୱ ଦିଆଯାଇଥିଲା।