Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ପକ୍ଷରୁ ଏମବିକେ ତାଲିମ ଉଦଯାପିତ

ସମ୍ବଲପୁର(ପଡିଆବାହା):ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ କାଗଜପତ୍ର,ହିସାବ କିତାବ ଓ କାର୍ଯ୍ୟକଳାପକୁ ନଥିରେ ଲିପିବଦ୍ଧ କରୁଥିବା ଏମବିକେ(ମାଷ୍ଟର ବୁକ କିପର)ମାନଙ୍କ କମ୍ପ୍ୟୁଟର ଦକ୍ଷତା ବୃଦ୍ଧି କରିବା , ସୂଚନା ଜ୍ଞାନ କୌଶଳ, ଅକାଉଣ୍ଟିଙ୍ଗ ତଥା ଇ-ଗଭରନାନ୍ସ ସହ ଖାପ ଖୁଆଇ ପ୍ରତ୍ୟେକ କାର୍ଯ୍ୟ ଶୈଳୀର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପକ୍ଷରୁ ୨୦ ଦିନର ତାଲିମ ଆଜି ଉଦଯାପିତ ହୋଇଛି। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ଟ୍ରେନିଂ ପ୍ରୋଗ୍ରାମର ପରିଚାଳନା ପାଇଁ ଓଡିଶା କମ୍ପ୍ୟୁଟର ଏପ୍ଲିକେସନ ସେଣ୍ଟର(ଓକାକ୍) ଏବଂ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼(ଓକେସିଏଲ)କୁ ମିଳିତ ଭାବେ ଦାୟିତ୍ତ୍ୱ ହସ୍ତାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପୂର୍ବାହ୍ନରେ ଯୁଜୋମୁରା ବ୍ଲକ ଅନ୍ତର୍ଗତ ଓକେସିଏଲ ଦ୍ୱାରା ପଡିଆବାହାଲ ସ୍ଥିତ ଅଧିକୃତ ଶିକ୍ଷାକେନ୍ଦ୍ର ଓରିଟେକ କମ୍ପୁଟର ଏଡୁକେସନ୍ ସେଣ୍ଟରରେ ଉକ୍ତ ଟ୍ରେନି ପ୍ରୋଗ୍ରାମ ଆୟୋଜିତ ହୋଇ ୨୦ଦିନ ଟ୍ରେନି ପ୍ରୋଗ୍ରାମ ର ଶେଷ ହୋଇଥିଲା ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା ଏମବିକେ ମାଁ କୁ ଦିଆଯାଇଥିଲା। ଏହି କର୍ଜ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୋନ- ୧ ର ଜିଲ୍ଲା ପରିଷଦ ଶ୍ରୀମତୀ କବିତା ସାହୁ ଓ ବରିଷ୍ଠ ପତ୍ରକାର ରାଧାମୋହନ ଷଡ଼ଙ୍ଗୀ ଏବଂ ପଵିନ ସୁପକାର ,ଯୁଯୁମୁରା ବ୍ଲକ ର ସମସ୍ତ ଏଂବିକେ ମା ମାନେ ଉପସ୍ଥିତ ଥିଲେ | ସଂସ୍ଥାର ନିର୍ଦ୍ଦେଶକ ସୁଜିତ କୁମାର ବେହେରା, ସହ ନିର୍ଦେଶକ ଡିଲେସ୍ଵର୍ ମିର୍ଧା , ବରିଷ୍ଠ ଶିକ୍ଷକ ଦିନେଶ ନାଗ୍ ,କନିଷ୍ଠ କମ୍ପ୍ୟୁଟର ଶିକ୍ଷୟତ୍ରି ପ୍ରଭାତୀ ମଗର ଏହି ଟ୍ରେନିଂ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ