Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ଚାଉଳକୁ ନବୀନ ମୁନା, ବିଜେପି କଲା ସିଏସଓଙ୍କୁ ମନା

ସମ୍ବଲପୁର:କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନ୍ ଅଧିନସ୍ଥ ହିତାଧିକାରୀ ଙ୍କୁ ନୂଆଁ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ୍ରେ ଚାଉଳ ଦେବାକୁ ବାରଣ କଲା ବିଜେପି।ରାଜ୍ୟ ରେ ସାଧାରଣ ଗରିବ ପରିବାର ଙ୍କୁ ମାଗଣା ଖାଦ୍ୟ ଯୋଗେଇ ଦେବେ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ହିତାଧିକାରୀ ଙ୍କୁ ଚାଉଳ ଯୋଗେଇ ଦିଆଯାଉଛି । କେନ୍ଦ୍ର ର ମୋଦୀ ସରକାର୍ ଯୋଗାଉଥିବା ମାଗଣା ଚାଉଳ କୁ ରାଜ୍ୟ ସରକାର ନିଜର ବିଜ୍ଞାପନ ରେ ପ୍ରଚାର୍ କରି ଯୋଜନା ହାତେଇବା ଅଭିଯୋଗ ସବୁବେଳେ ବିଜେପି କରି ଆସୁଛି । ସବୁବେଳେ ନିର୍ବାଚନ ସମୟ ଆସିଲେ ଏହି ଅଭିଯୋଗ ଓ ବିବାଦ ବଢ଼ି ଚାଲିଥାଏ । ଏଥର ମଧ୍ୟ ନିର୍ବାଚନ ପୁର୍ବରୁ ଏଭଳି ଏକ ବିବାଦ ମୁଣ୍ଡ ଟେକିଲାଣୀ ।
ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ହିତାଧିକାରୀ ଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ଚଉଳ କୁ ଏକ ବ୍ୟାଗ୍ ରେ ଦିଆଯିବ । ଯେଉଁଥିରେ ଆମ ଓଡ଼ିଶା ନବୀନ ଓଡ଼ିଶା ର ଚିହ୍ନ, ନବିନ ପଟ୍ଟନାୟକ ଙ୍କ ଫୋଟୋ ଓ ବିଜେଡି ର ଡାଲି ଚିହ୍ନ ଶଙ୍ଖ ରହିଥିବ । ନିର୍ବାଚନ କୁ ଆଖି ଆଗରେ ରଖି ଶାସକ ଦଳର ଏଭଳି ଶସ୍ତା ରାଜନୈତିକ ଖେଲ କୁ ଆଜି ବିଜେପି ପକ୍ଷରୁ ବିରୋଧ କରାଯାଇଛି ।
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ ଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଆଲୋଚନ କରି ନିଜ ବିରୋଧ ଜାହିର କରିଛି । ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।ଜିଲ୍ଲାରେ ସର୍ବମୋଟ ୨୨୭୩୪୯ ରାସନ୍ କାର୍ଡ ରହିଛି, ଯେଉଁଥିରେ ୭୭୪୯୬୪ ଜଣ ଙ୍କୁ ମାଗଣା ଚାଉଳ ମିଳୁଛି । ସେଥି ମଧ୍ୟରୁ କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୨୨୨୯୯୮ କାର୍ଡ ରହିଛି ଯେଉଁଥିରେ ୭୬୧୬୬୯ ଜଣ ଉପକୃତ ହେଉଛନ୍ତି । ସେହି ପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ୪୩୫୧ କାର୍ଡ ରହିଛି, ଯେଉଁଥିରେ ୧୩୨୯୬ ଜଣ ଉପକୃତ ହୁଅନ୍ତି । ଏହି କ୍ଷେତ୍ର ରେ ସମସ୍ତ କାର୍ଡ ଧାରି ଙ୍କୁ ଏହି ଆମ ଓଡ଼ିଶା ନବୀନ ଓଡ଼ିଶା ର ବ୍ୟାଗ୍ ରେ ଚାଉଳ ଦେବା କେତେ ଦୂର ଯୁକ୍ତି ସଙ୍ଗତ ବୋଲି ବିଜେପି ପ୍ରଶ୍ନ କରିଛି । ଏଣୁ ରାଜ୍ୟ ସରକାର ଯଦି ନିଜର ପ୍ରଚାର ପ୍ରସାର କରିବାର ଅଛି ତାହେଲେ ରାଜ୍ୟ ଖାଦ୍ୟ ଯୋଜନା କାର୍ଡ ଧରୀ ଙ୍କୁ ସେଇ ବ୍ୟାଗ୍ ରେ ଚାଉଳ ବଣ୍ଟା ଯାଉ ।ସରକାରି ରାଜକୋଷରୁ ଅର୍ଥ ଖର୍ଚ୍ଚ କରି, ମିଥ୍ୟା ବିଜ୍ଞାପନ ଜରିଆରେ ଦଳୀୟ ପ୍ରଚାର ର ଏଭଳି ଶସ୍ତା ରାଜନୀତି ରୁ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ବିଜେପି ଚେତାବନୀ ଦେଇଛି ।
ଆଜି ର କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ବେହେରା, ଦାମୋଦର କର, ଫଣି ଭୂଷଣ ମିଶ୍ର, ଅରବିନ୍ଦ ନାଏକ, ନରେନ୍ଦ୍ର ମିଶ୍ର, ପ୍ରକାଶ ପ୍ରଧାନ, ପ୍ରଦିପ କୁମାର ସୂପକାର, ସୁଧୀର କୁମାର ବହିଦାର, କିଶୋର ମହାକୁଡ, ସଲିଲା ପଣ୍ଡା, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ