Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୟୋତି ତରଫରୁ ଲୁଇସ୍ ବ୍ରେଲ ଜୟନ୍ତୀ ପାଳିତ

ସମ୍ବଲପୁର : ଗତକାଲି ସନ୍ଧ୍ଯା ରେ ଜ୍ୟୋତି କାର୍ଯାଳୟ ରେ ସଭାପତି ଡ:ପରେଶ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ୱରେ
ଲୁଇସ୍ ବ୍ରେଲ ଜୟନ୍ତୀ (ବ୍ରେଲ ଦିବସ) ପାଳିତ ହୋଇଯାଇଅଛି।
ସଭା ପ୍ରାରମ୍ଭରେ ଲୁଇସ୍ ବ୍ରେଲ ଙ୍କ ଫଟୋଚିତ୍ର ରେ ମାଲ୍ୟର୍ପଣ ସହ ଦୀପ ପ୍ରଜ୍ଜଳନ କରାଯାଇଥିଲା। ଡ:ଦାନୀ ଲୁଇସ୍ ବ୍ରେଲ ଙ୍କ ଜୀବନୀ ଓ ବ୍ରେଲି ଲିପି (6ଡଟ୍)ଉପରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଉପସ୍ଥିତ ସଦସ୍ଯ ମାନେ ନିଜ ନିଜ ର
ବକ୍ତବ୍ଯ ମାଧ୍ୟମରେ ଲୁଇସ୍ ବ୍ରେଲ ଙ୍କ ସ୍ମ୍ରୁତି ଚାରଣ କରିବା ସହ ସମାଜରେ ଦ୍ରୂଷବାଧିତା ତଥା ଦିବ୍ୟାଙ୍ଗ ମାନଙ୍କ ପ୍ରତି ସମସ୍ତଙ୍କ ର ସ୍ନେହ, ଶ୍ରଦ୍ଧା, ସମ୍ମାନ ତଥା କରୁଣା ରହିବା ଦରକାର।କାହିଁକି ନା ବର୍ତ୍ତମାନ ସମୟରେ ସେମାନେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରି ସମାଜର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରୁଛନ୍ତି, ଏଣୁ ସେମାନଙ୍କୁ କୌଣସି କ୍ଷେତ୍ରରେ କମ୍ ଭାବିବା ଉଚିତ୍ ନୂହଁ। ଏହି କାର୍ଯ୍ୟକ୍ରମରେ , ବରିଷ୍ଠ ସଦସ୍ଯ କୈଲାଶ ମିସ୍ତ୍ତୀ, ସୁକାନ୍ତ ବହିଦାର, ଶିବନାରାୟଣ ପାଣିଗ୍ରାହୀ, ଅଶୋକ ମିଶ୍ର, ରାମାନୁଜ ପଣ୍ଡା,ରବି ନାରାୟଣ ନନ୍ଦ, ରତନ ବହିଦାର,ଦୁର୍ଗା ଦାନୀ ଇତ୍ୟାଦି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହଯୋଗ କରିଥିଲେ। ଶେଷରେ ସଂଯୋଜକ କଳ୍ପନା ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ