Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଯୁକ୍ତତିନି (କଳା) ମହାବିଦ୍ୟାଳୟ

ସମ୍ବଲପୁର:ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଯୁକ୍ତତିନି କଳା ଡିଗ୍ରୀ ମହାବିଦ୍ୟାଳୟ। ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟ ଖୋଲିବ ଏବଂ ପାଠପଢ଼ା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଅପହଞ୍ଚ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ଏହି ପଦକ୍ଷେପ ନେଉଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ମିଳିଥିବା ସୂଚନା ମତେ ନବରଙ୍ଗପୁରରେ ସର୍ବାଧିକ ୪ଟି ଖୋଲିବ ଯୁକ୍ତତିନି କଳା ଡିଗ୍ରୀ ମହାବିଦ୍ୟାଳୟ।ସେହିପରି ରାୟଗଡ଼ା, ସୁନ୍ଦରଗଡ଼ରେ ଦ୍ବିତୀୟ ସର୍ବାଧିକ ୩ଟି ଲେଖାଏଁ ଖୋଲିବ ଯୁକ୍ତତିନି କଳା ଡିଗ୍ରୀ ମହାବିଦ୍ୟାଳୟ। ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଖୋଲିବ ମହାବିଦ୍ୟାଳୟ। ରାୟଗଡ଼ାର କାଶୀପୁରସ ରମଣଗୁଡ଼ା ଓ ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଖୋଲିବ ଡିଗ୍ରୀ ମହାବିଦ୍ୟାଳୟ। କୋରାପୁଟର ଦୁଇଟି ବ୍ଲକରେ ଖୋଲିବାକୁ ଥିବାବେଳେ ସେଗୁଡିକ ହେଲା ବନ୍ଧୁଗାଁ ଓ ନାରାୟଣପାଟଣା।ଅନ୍ୟପଟେ ଗଜପତିର ଗୁମ୍ମା ଓ ଗଂଜାମର ଧରାକୋଟରେ ଡିଗ୍ରୀ ମହାବିଦ୍ୟାଳୟ ଖୋଲିବା ନେଇ ଘୋଷଣା ହୋଇଛି। କଳାହାଣ୍ଡିର ଥୁଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଙ୍ଗରେ ଖୋଲିବ ଏହି ଡିଗ୍ରୀ ମହାବିଦ୍ୟାଳୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ