Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେପି କୃଷକ ମୋର୍ଚ୍ଚା ର ପଶ୍ଚିମ ଓଡ଼ିଶା କାର୍ଯ୍ୟକର୍ତ୍ତା ବୈଠକ

ସମ୍ବଲପୁର:ବିଜେପି କୃଷକ ମୋର୍ଚ୍ଚା ପଶ୍ଚିମ ଓଡିଶା ର ୧୨ ଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନଙ୍କ ର ଗୁରୁତ୍ବପୂର୍ଣ୍ଣ ବୈଠକ ସମ୍ବଲପୁର ସହରସ୍ଥ ଓଡିଶା ସାସଂସ୍କୃତିକ ସମାଜ ଭବନ ଠାରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କଂ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାୟକ ମୁଖ୍ଯ ଅତିଥି ରୂପେ ଯୋଗଦାନ କରିଥିଲେ । ଅଭାବୀ ଧାନ ବିକ୍ରି ପ୍ରତିବାଦରେ ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ସମସ୍ତ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଓଡିଶା ର ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା । ଚାଷୀ ବିରୋଧୀ ନବୀନ ପଟ୍ଟନାୟକ ସରକାର ବିରୋଧରେ ବ୍ୟାପକ ଚାଷୀ ସମ୍ପର୍କ ଯାତ୍ରା ଓ କୃଷକ ପଞ୍ଚାୟତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ ଙ୍କ ୯ ବର୍ଷ ଶାସନ କାଳରେ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଗ୍ରାମ କୁ ଚାଲ ଅଭିଯାନ କରାଯାଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ ।
ଏହି ବୈଠକରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଚନ୍ଦ୍ର ଶେଖର ପଣ୍ଡା, ସୂର୍ଯ୍ୟ ନାରାୟଣ ମହାପାତ୍ର, ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ମନୋଜ କୁମାର ସାହୁ ଓ ମହେନ୍ଦ୍ର କୁମାର ଠାକୁର, ଜିଲ୍ଳା ସଭାପତି ସର୍ବଶ୍ରୀ ସମୀର ରଞ୍ଜନ ବାବୁ, କେଶରୀ ଦୁର୍ଗା, ଗୋବର୍ଦ୍ଧନ ସାହୁ, ମାଧବ ସଏ, ଶିବରାଜ ବେହେରା, ରବିନ୍ଦ୍ର କୁମାର ଦେଓ, ଯଶୋବନ୍ତ ସେଠ, ରବିନ୍ଦ୍ର କୁମାର ପଟେଲ, ରୁଗୁଂଟୁ ପ୍ରଧାନ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ସତ୍ୟବ୍ରତ ନାୟକ, ଜନାର୍ଦ୍ଦନ ପଣ୍ଡା, ରାଜା ପ୍ରସାଦ ସାହୁ, ଦେବେ ଦେବେ ସିଂହ ଦେଓ, ରତିଲାଲ ପ୍ରଧାନ, ରାଜ କିଶୋର ମେଣ୍ଡେଲୀ, ଅଶୋକ କୁମାର ପୃଷ୍ଟି, ପ୍ରଦୀପ କୁମାର ସ୍ୱାଇଁ, ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।