Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ମହୋତ୍ସବ:ଲୋକ ସଂସ୍କୃତି ପାଇଁ ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ପ୍ରଚାର ଦିଗରେ ବିଶେଷ ଅବଦାନ ପାଇଁ ଦୂରଦର୍ଶନ କେନ୍ଦ୍ର ସମ୍ବର୍ଦ୍ଧିତ

ସମ୍ବଲପୁର:ସମ୍ବଲପୁର ରେ ତିନି ଦିନ ବ୍ୟାପି ଆୟୋଜିତ ହୋଇଥିବା ଲୋକ ମହୋତ୍ସବ ୨୦୨୪ ଇତିମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଲୋକ କଳା ସଂସ୍କୃତି ର ଉତ୍ସବ ଲୋକ ମହୋତ୍ସବ ରେ ରାଜ୍ୟ, ଦେଶ ତଥା ବିଦେଶ ରୁ ମଧ୍ୟ ଶତାଧିକ ଲୋକ କଳାକାର ମାନେ ନିଜର ଲୋକ କଳା ପ୍ରଦର୍ଶନ କରିଥିଲେ l ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଲୋକ କଳା ସଂସ୍କୃତି କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଅଂଚଳ ପ୍ରତି ସୁନାମ ଆଣି ଦେଇଥିବା ବିଶିଷ୍ଟ କଳା ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧନା ଉପସମିତି ର ଆବାହକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ସଂଯୋଜନା ରେ ସମ୍ବଲପୁର ଲୋକ ମହୋତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥାଏ l
ଏହି ଲୋକ ମହୋତ୍ସବ ୨୦୨୪ ରେ ମଧ୍ୟ ଲୋକ ସଂଗୀତ ପାଇଁ ବିଶିଷ୍ଟ ଲୋକ ଗୀତ କଣ୍ଠଶିଳ୍ପୀ କମଳ କୁମାରୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଯିଏକି ଆକାଶବାଣୀ ସମ୍ବଲପୁର ରେ ୧୯୭୦ ମସିହା ରୁ ନିରନ୍ତର କଣ୍ଠଦାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ସମ୍ବଲପୁରୀ ଗୀତ ପରିବେଷଣ କରି ଲୋକ ସଂସ୍କୃତି ଦିଗରେ କାର୍ଯ୍ୟ କରିଛନ୍ତି l
ଲୋକ ନୃତ୍ୟ ପରିବେଷଣ ଓ ଗବେଷଣା କ୍ଷେତ୍ରରେ ଦୀର୍ଘଦିନ କାର୍ଯ୍ୟ କରିଆସିଥିବା ଦୀପାଳି ଚୌଧୁରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
୧୯୬୦ ମସିହା ରୁ ଆଜିଯାଏ ନାଟକ ରେ ଅଭିନେତା ଓ ନିର୍ଦେଶକ ଭାବରେ ଆଜିଯାଏ ନିରନ୍ତର କାର୍ଯ୍ୟ କରି ଆସିଥିବା ଉମେଶ ପ୍ରସାଦ ରଥ ଙ୍କୁ ନାଟ୍ୟକଳା କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା l
୨୦ ବର୍ଷ ବୟସ ରୁ ଜଣେ ଭିନ୍ନକ୍ଷମ ମହିଳା ହେବା ସତ୍ୱେ ପାଲା ପରିବେଷଣ କରି ସମାଜ କୁ ସଂସ୍କାରିତ କରିବାର ଉଦ୍ୟେଶ୍ୟ ନେଇ ଦୀର୍ଘ ୪୦ ବର୍ଷ ହେଲା କଳା ସଂସ୍କୃତି କୁ ବଂଚେଇବା ପାଇଁ କାର୍ଯ୍ୟ କରି ଆସିଥିବା କୁମୁଦିନୀ ପଟେଲ ଙ୍କୁ ପାରମ୍ପlରିକ ଲୋକ କଳା ବିଭାଗ ରେ ସମ୍ବର୍ଦ୍ଧିତ କରାଯାଇଥିଲା lହାତ ଓ ତୁଳୀ ର ଯାଦୁଗରୀ ସ୍ବର୍ଶ ରେ ଚାରକୋଳ ଚିତ୍ର ଆଙ୍କି ଅଞ୍ଚଳ ପାଇଁ ସୁନାମ ଆଣି ଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ନୃସିଂହ ଚରଣ ସାହୁ ଙ୍କୁ ଚିତ୍ର କଳା ବିଭାଗ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥି ସହ ଲୋକ କଳା ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂରଦର୍ଶନ କେନ୍ଦ୍ର, ସମ୍ବଲପୁର କୁ ବିଶେଷ ଭାବରେ ଲୋକ ମହୋତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା l
କେବଳ ସେତିକି ନୁହେଁ ପ୍ରତିଟି ସମ୍ବର୍ଦ୍ଧନା ପାଇଁ ସେମାନଙ୍କର ବ୍ୟକ୍ତିତ୍ୱ ତଥା କାର୍ଯ୍ୟଧାରା କୁ ନେଇ ସମ୍ବର୍ଦ୍ଧନା ଉପସମିତି ର ଆବାହକ ସୂର୍ଯ୍ୟ ପାଣିଗ୍ରାହୀ ପରିକଳ୍ପନା ଓ ନିର୍ଦେଶନା ରେ ନିର୍ମାଣ କରାଯାଇଥିବା କ୍ଷୁଦ୍ର ବୃତ୍ତଚିତ୍ର କୁ ସମ୍ବର୍ଦ୍ଧନା ପର୍ବ ସମୟରେ ଲୋକ ମହୋତ୍ସବ ମଞ୍ଚ ରେ ପ୍ରଦର୍ଶନ କରାଯାଇଥିଲା।ଯାହାକି ଦର୍ଶକ ଙ୍କ ଦ୍ୱାରା ଆଦୃତ ଓ ଉଚ୍ଚ ପ୍ରଶଂସିତ ହୋଇପାରିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ