Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାବାଳିକାକୁ ଅସଦାଚରଣ କରି ବିବାହିତ ଯୁବକ ଫେରାର ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଙ୍ଘା ପଞ୍ଚାୟତ ଅନ୍ତର୍ଗତ ବଡଖମାର ନିକଟସ୍ଥ ରାଧାପୁର (କୁଡାପଡା) ଗ୍ରାମ ରେ ଜଣେ ନାବାଳିକା କୁ ଅସଦାଚରଣ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ କୁଡାପଡା ଅଞ୍ଚଳରେ ବାପ ମାଁ ଛେଉଣ୍ଡ ଜଣେ ନାବାଳିକା ନିଜ ଭଉଣି ଘରେ ରହୁଥିଲା । ବିବାହର ପ୍ରତିଶୃତି ଦେଇ ଅଭିଯୁକ୍ତ ଦାଶରଥୀ ମିର୍ଦ୍ଧା ନାବାଳିକା ସହିତ ବାରମ୍ବାର ଶାରିରିକ ସମ୍ପର୍କ ରଖିଥିଲା । ଯେତେବେଳେ ଘଟଣା ବିଷୟରେ ଜଣାପଡିଲା ଦାଶରଥୀ ମୁଁ ବିବାହିତ ବାହା ହେବି ନାହିଁ କହିବାରୁ ଅନ୍ୟ ଉପାୟ ନ ପାଇ ସୁବଳୟା ଥାନାରେ ନାବାଳିକା ଲିଖିତ ଅଭିଯୋଗ କଲେ। ଏ ନେଇ ସୁବଳୟା ଥାନାରେ ୨/୨୪ ରେ ଏକ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ ତଦନ୍ତକରି ଅଧିକାରୀ ଭାବେ ଅଧିକ ତଦନ୍ତ ଚଳାଇଛନ୍ତି । ନାବାଳିକା କୁ ଡାକ୍ତରି ମାଇନା କରାଯିବ ବୋଲି ଥାନାଧିକାରୀ ସୁଚନା ଦେଇଛନ୍ତି । ସୁବଳୟା ପୋଲିସ୍ ଅଭିଯୁକ୍ତ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଯାରି ରଖିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି ‌। ଘଟଣାଟି ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।