Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସସି-୧ ରେ ବଂଶୀଧର ମୁଦୁଲିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ମାଲକାନଗିରି(ଚିତ୍ରକୋଣ୍ଡା):ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆରଏସସି-୧କୁ ବଂଶୀଧର ମୁଦୁଲି ଗସ୍ତ କରିଥିଲେ। ଶ୍ରୀ ମୁଦୁଲି ସେଠୀ ପହଞ୍ଚିବା ପରେ ଗ୍ରାମ ବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ବିରାଟ ଶୋଭାଯାତ୍ରା କରି ତାଙ୍କୁ ପାଛୋଟି ନେଇଥିଲେ। ଗାଁ ଠାକୁରାଣୀ ମନ୍ଦିର କୁ ଯାଇ ମୁଣ୍ଡିଆ ମାରି ସଭା ମଞ୍ଚକୁ ଯାଇଥିଲେ। ଗାଁର ସମସ୍ୟା ଉପରେ ଆଲୋଚନା କରି ଟିକିନିିକ ତଦାରଖ କରି ଉଦବୋଧନ ଦେଇ ନିଜ ଖୁସିକୁ ଜାହିର କରିଥିଲେ। ଗ୍ରାମ ବାସୀ ଙ୍କ ପାଖରେ ଶ୍ରୀ ମୁଦୁଲି କହିଲେ ଏତେ ଭଲପାଇବା ଏ ଅଞ୍ଚଳ ର ଲୋକ ତାଙ୍କୁ ଦେଇଛନ୍ତି ବୋଲି ସେ ତାଙ୍କ ପାଖରେ ଚିର ରୁଣୀ ଓ ବଂଶୀ ଭାଇଙ୍କୁ ପାଖରେ ପାଇ ମଧ୍ୟ ଗ୍ରାମ ବାସି ଭାରି ଖୁସି ଅନୁଭବ କରିଥିଲେ। ମଦୁଲି କହିଥିଲେ ଗୋଟିଏ ଦିନ ଗୋଟିଏ ଗାଁ ତାଙ୍କ ମିଶନ । ଏହି ଭିଜନକୁ କାର୍ଯ୍ୟକାରି କରାଇ ସେ ଲୋକଙ୍କ ସହିତ ରହିବେ ବୋଲି ଓ ସବୁ ସମସ୍ୟାର ସମାଧାନ କରିହେବ ବୋଲି କହିଥିଲେ ।