Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଖ୍ ଫତିମାଙ୍କ ୧୯୩ତମ ଜନ୍ମ ଜୟନ୍ତୀ

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ଭାରତର ପ୍ରଥମ ମୁସଲିମ ଶିକ୍ଷୟିତ୍ରୀ ଶେଖ୍ ଫତିମାଙ୍କ ୧୯୩ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସମ୍ବଲପୁର ସାମ୍ବାଦିକ ଭବନଠାରେ ପରିଷଦର ସଭାପତି ନିହାଲ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପରୱିନ ବେଗମ, ମୁଖ୍ୟବକ୍ତା ଏମଡି ନୱ।ବ ଓ ସମ୍ମାନୀତ ଭାବେ ସୁରୁବାଵୁ ମୁଣ୍ଡା ଯୋଗଦେଇ ଦେଶରେ ନାରୀ ଶିକ୍ଷା କୁ ବିଶେଷକରି ମୁସଲମାନ ସଂପ୍ରଦାୟରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଥିବା ସ୍ୱର୍ଗତ ଶେଖ୍ ଫତିମାଙ୍କ ମ‌ହତ ଅବଦାନ ନେଇ ସ୍ମୁତିଚାରଣ କରିଥିଲେ। ପରିଷଦର ଉପାଧ୍ୟକ୍ଷ ଶିବଶଙ୍କର ପଧାନ ଜୟନ୍ତୀ ସଭା କାଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରିଷଦର ଉପ ମହାସଚିବ ଏସ୍.କେ.ଇଣ୍ଡିଖାପ୍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ ରେ
ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ମହାସଚିବ ମୋମିନା ଖାତୁନ, ସଭ୍ୟ ରିଜୱ।ନ ଅହମଦ,ପ୍ରିତି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ