Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରକାରୀ କଲେଜ ଦାବି ସହ ପ୍ରଦ୍ୟୁଷଣ ନିରାକରଣ ଓ ସ୍ଥାନୀୟ ନିଯୁକ୍ତି ଦାବି ଧରି ଆନ୍ଦୋଳନ ପାଇଁ ସଜବାଜ

ଝାରସୁଗୁଡା: ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଝାରସୁଗୁଡା ପକ୍ଷରୁ ଆଜି କ୍ରିୟାନୁଷ୍ଠାନ କମିଟି ଓ ଉପଦେଷ୍ଟା କମିଟି ର ଏକ ମିଳିତ ବୈଠକ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବସ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସାମ୍ମୁଖ୍ୟ ର ମୁଖ୍ୟ ଉପଦେଷ୍ଟା ସୁଭାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ରେ ଗୋଟିଏ ମଧ୍ୟ ସରକାରୀ କଲେଜ ନଥିବା ଦୁଃଖ ର ବିଷୟ, ସେହି ପରି ଜିଲ୍ଲା ରେ ଉଚ୍ଚତର ଶିକ୍ଷା ପାଇଁ ପିଜି ନା ବି.ଇ.ଡି ପାଠ୍ୟକ୍ରମ ନାହିଁ। ଏହାର ପ୍ରତିକ୍ରିୟା ସ୍ୱରୂପ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ର ଲଢେଇ ଝାରସୁଗୁଡା ଜଣସାଧାରଣ ପାଖରେ ଅଛପା ନାହିଁ। ଦୀର୍ଘ ତିନି ବର୍ଷ ର ଏହି ଆନ୍ଦୋଳନ କୁ ସରକାର ଅଣଦେଖା କରିଥିବାରୁ ସାମ୍ମୁଖ୍ୟ ବର୍ତ୍ତମାନ ଲଢେଇ କୁ ତୀବ୍ରତର କରିବାର ନିଷ୍ପତି ନେଇଛି। ଏଲ.ଏନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୦ ତାରିଖ ପରେ ସରକାରୀ କଲେଜ ଓ ପିଜି ତଥା ବିଇଡି ପାଠ୍ୟକ୍ରମ ଦାବୀ ରେ ଶିକ୍ଷା ଗ୍ରହଣ ବର୍ଜନ ଓ ଏଲ ଏନ କଲେଜ ବନ୍ଦ କାର୍ଯ୍ୟକ୍ରମ କୁ ସାମ୍ମୁଖ୍ୟ ସମର୍ଥନ କରିବାର ସଂକଳ୍ପ ପାରିତ ହୋଇଥିବା ବେଳେ । ଏଥି ସହ ଜିଲ୍ଲାରେ ପ୍ରଦ୍ୟୁଷଣ ନିରାକରଣ ଓ ସ୍ଥାନୀୟ ନିଯୁକ୍ତି ଦାବି କୁ ଜନ ଆନ୍ଦୋଳନର ରୂପ ଦେବାକୁ ନିଷ୍ପତ୍ତି ନିଆ ଯାଇଛି ।ଜିଲ୍ଲାରେ ଶିକ୍ଷା ର ଦୂରାବସ୍ଥା ଓ ଏହାର ସମାଧାନ ଶୀର୍ଷକ ଏକ ଆଲୋଚନା ଚକ୍ର କରାଯାଇ ଜିଲ୍ଲା ର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ଜନପ୍ରତିନିଧି ଏବଂ ସାଧାରଣ ଜଣ ମାନଙ୍କର ମତ ଗ୍ରହଣ କରାଯିବାର ନିଷ୍ପତି ନିଆଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଯଦି ସରକାର ଏଲ ଏନ କଲେଜ କୁ ସରକାରୀ ମାନ୍ୟତା ନ ଦିଅନ୍ତି ତେବେ ସାମ୍ମୁଖ୍ୟର ନେତୃତ୍ବରେ ଜିଲ୍ଲା ବ୍ୟାପି ବନ୍ଦ ଘୋଷଣା କରାଯିବ ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ସାମ୍ମୁଖ୍ୟ କେନ୍ଦ୍ରୀୟ ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ, ସହ ସଂଯୋଜକ ଅସିମ ପଟେଲ, ଜିଲ୍ଲା ସଂଯୋଜକ ରବି ରୋହିଦାସ, ଝସକେତନ ଉଗର, ବଳରାମ ରୋହିଦାସ,ମନୀଷ ମାଝୀ, ସାମ୍ମୁଖ୍ୟ ଉପଦେଷ୍ଟା ରତ୍ନାକର ପ୍ରଧାନ ଙ୍କ ସହ ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ଆଦିବାସୀ ନେତା ପ୍ରଭାକର ଓରାମ,ବିଜୟ ଦାସ ,ସରଙ୍ଗାଧର ମିଶ୍ର,ବିନୋଦ ବିହାରୀ ବାଗ, ପ୍ରମୁଖ ଉପସ୍ଥିତ ଥିଲେ l