Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ପ୍ରଦାନ

ସମ୍ବଲପୁର (କୁଚିଣ୍ଡା):ଅଯୋଧ୍ୟାରେ ପବିତ୍ର ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଅଲେଖ ମହୀମା ମଠର ସନ୍ଥ ଶେଷଦେବ ବାବାଙ୍କୁ ନିମନ୍ତ୍ରଣ ପତ୍ର ଅକ୍ଷତ ଗୂଆ ପ୍ରଦାନ କରାଯାଇଛି।ଅଯୋଧ୍ୟାରୁ ଆଣି ଥିଵା ନିମନ୍ତ୍ରଣପତ୍ର ପଶ୍ଚିମ ଓଡ଼ିଶାର ବିଶ୍ଵ ହୀନ୍ଦୁପରିଷଦ ସଭାପତି ଶ୍ରୀ ଅଶୋକ କୁମାର ଗାନ୍ଧୀ ସମ୍ପାଦକ କିଶୋର ପଟେଲ ଓ କୋଷାଧ୍ୟକ୍ଷ ବିଶ୍ବମ୍ବର ମିଶ୍ର ପ୍ରମୁଖ କୁଚିଣ୍ଡା ସ୍ଥିତ ନର୍ସିଂ କଲେଜ ଦର୍ଶନ କରିବା ଅବସରରେ ପ୍ରଦାନ କରାଯାଇଛି।ନର୍ସିଂ କଲେଜର ନିର୍ଦ୍ଧେଶକ ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲାଇକେରା ର ବୃନ୍ଦାବନ ମାଝୀ ଅନୁଷ୍ଠାନର ଉପସଭାପତି ରମେଶ ପଧାନ ଓ ନର୍ସିଂ କଲେଜ ଛାତ୍ରୀ ମାନେ ସମ୍ବର୍ଧନା ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ