ଖିଦମତ “ରୋଟି ବ୍ୟାଙ୍କ’ ଠାରେ ସିଦ୍ଧୁ ସାହାଙ୍କ ପକ୍ଷରୁ କମ୍ବଳ ବଣ୍ଟନ ଓ ଭୋଜନ ସନ୍ଧ୍ୟା

ସମ୍ବଲପୁର:ଖିଦମତ ସ୍ୱେଚ୍ଛାସେବୀ ସଂଗଠନ “ରୋଟି ବ୍ୟାଙ୍କ’ ଠାରେ ସିଦ୍ଧୁ ସାହାଙ୍କ ପକ୍ଷରୁ କମ୍ବଳ ବଣ୍ଟନ ଓ ଭୋଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ସମ୍ବଲପୁର ମ୍ୟୁନିସିପାଲଟିର ପୂର୍ବତନ ଉପାଧ୍ୟକ୍ଷ ସିଦ୍ଧାର୍ଥ ସାହା(ସିଦ୍ଧୁ) ଉପସ୍ଥିତ ରହି ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରିବା ସହ ଖାଦ୍ୟ ପରିବେଷଣ କରିଥିଲେ । ସମସ୍ତଙ୍କ ସହ ମିଶି ଖାଦ୍ୟ ମଧ୍ୟ ଖାଇଥିଲେ ! ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ଫାରୁକ ରିଜୱ।,ଓକିଲ ଖାନ, ଯାବେଦ ଖାନ, ବାବୁଲୁ ଭାଇ, ୟୁସୁଫ ଖାନ, ଭୋଲି ଶର୍ମା, ଶିବୁ ସ୍ୱାଇଁ, ଭଗତ ଶର୍ମା ପ୍ରମୁଖ ଅନେକ ଉପସ୍ଥିତ ରହି ସହଯୋଗ କରିଥିଲେ ।