ପଶ୍ଚିମାଞ୍ଚଳର ବୀରପୁତ୍ରଙ୍କ ବିଷୟରେ ଗବେଷଣା କରି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବା ଏକ ଐତିହାସିକ ଘଟଣା – ପ୍ରମୋଦ ରଥ

ସମ୍ବଲପୁର:ଗତ ଡ଼ିସେମ୍ବର ୩୦ ତାରିଖ ରକ୍ତତୀର୍ଥ କୁଦୋପାଲିରେ ଦେଇଥିବା ପ୍ରତିଶ୍ରୁତି କୁ ରକ୍ଷା କଲେ କେନ୍ଦ୍ର ଶିକ୍ଷ୍ୟା, ଦକ୍ଷତା ବିକାଶ ଓ କାରିଗରି କୌଶଳ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଦେଇଥୁବା ପ୍ରତିଶୃତି ପାଳନ ପୁର୍ଵରକ ଆଜି ନେଲେ ପ୍ରଥମ ପଦକ୍ଷେପ ନେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟାବାଦ ଓ କୃତଜ୍ଞତା ଜଣାଇଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ।
ସୂଚନା ଯେ କୁଦୋପାଲିରେ ୧୮୫୭ ମସିହାରେ ଇଂରେଜ ଙ୍କ ଗୁଲି ବୀର ଛବିଳ ସାଏ ସମେତ ୫୭ ଜଣ ସଂଗ୍ରାମୀ ସହିଦ ହୋଇଥିଲେ । କିନ୍ତୁ , ସ୍ଵାଧୀନତା ର ୭୫ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ଯ ଏହା ଇତିହାସ ପୁଷ୍ଟାରେ ଦେଖିବାକୁ ମିଲେନାହି । ତେଵେ ଗତ ଡିସେମ୍ବର ୩୦ ତାରିଖ ଛବିଳ ସାଏ ସମେତ ୫୭ ଜଣ ସହିଦ ସଂଗ୍ରାମୀ କୁ ଶ୍ରଦ୍ଧାଞ୍ଜଳି ଦେବା ପାଇ ଛତିଶଗଡ ରାଜ୍ୟପାଳ ସହ କେନ୍ଦ୍ର ମନ୍ତ୍ରୀ କୁଦୋପାଲି ଆସିଥିଲେ । ତେବେ ନୂତନ ବର୍ଷରେ କୁଦୋପାଲିର ମହାନ ସଂଗ୍ରାମୀ ଉପରେ ଗବେଷଣା କରିବା ସହିତ ଇତିହାସ ପୁଷ୍ଟରେ ସ୍ଥାନିତ କରିବା ପାଇ ପ୍ରତିଶୃତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ । ପ୍ରତିଶୃତି ମୁତାବକ ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଇ.ସ.ଏଚ.ଆର, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇ.ସି.ଏଚ.ଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କ୍ରମରେ ଶ୍ରୀଯୁକ୍ତ ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ଶହୀଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ଗବେଷଣା ପ୍ରକଳ୍ପ (Research Project) ଆରମ୍ଭ କରିବା ପାଇଁ ଆଇ.ସି.ଏଚ.ଆର ର ଚେୟାରମ୍ୟାନ ପ୍ରଫେସର ରଘୁବେନ୍ଦ୍ର ତନଓ୍ୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।
ଏହି ଘୋଷଣା ପରେ ଅଞ୍ଚଳ ର ଅଗ୍ରଣୀ ସାଂସ୍କୃତିକ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀ ଆଦୃତ କରି ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛି । ମଞ୍ଚ ର ମୁଖ୍ୟ ଉପଦେଷ୍ଟା ଡ.ପ୍ରମୋଦ ରଥ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ମିଲତ ବିବୃତି ରେ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ କାଳ ରେ ଏଭଳି ଏକ ନିଷ୍ପତ୍ତି ସ୍ଵର୍ଣ୍ଣମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ପଶ୍ଚିମାଞ୍ଚଳ ହେଉଛି ବଳିଦାନ ର ଭୂମୀ ବୀର ଶହୀଦ ଙ୍କ ତପୋଭୂମି । ବହୁ ବୀର ଶହୀଦ ଏ ମାଟି ରେ ଜନ୍ମଗ୍ରହଣ କରି ମାଁ ମାଟି ପାଇଁ ସଂଗ୍ରାମ କରିଛନ୍ତି, ନିଜର ଜୀବନ କୁ ଉତ୍ସର୍ଗୀକୃତ କରିଛନ୍ତି । ହେଲେ ଇତିହାସ ରେ ତାଙ୍କୁ ଯେଉଁ ସ୍ଥାନ ଓ ସମ୍ମାନ ମିଳିବା କଥା ମିଲିନାହିଁ । ହେଲେ କେନ୍ଦ୍ର ସରକାର ଙ୍କ ଗୋଟିଏ ପରେ ଗୋଟିଏ ଐତିହାସିକ ନିଷ୍ପତି ବୀର ବରପୁତ୍ର ଙ୍କୁ ଲୋକାଲୋଚନକୁ କୁ ଆଣିବା ସହିତ ଏହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇ ପାରିବ ।
ପଶ୍ଚିମାଞ୍ଚଳ ଏକତା ମଞ୍ଚ ଗତ ୨୦୧୩ ରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୩୦ ତାରିଖ ରେ ରକ୍ତତୀର୍ଥ କୁଦୋପାଲି ଠାରେ ବଳିଦାନ ଦିବସ ପାଳନ କରି ଆସୁଛି । ୨୦୨୨ ରେ ଅଞ୍ଚଳବାସୀ ଙ୍କୁ ନେଇ ବୀର ଛବିଲ ସାଏ ସହୀଦ ସ୍ମାରକୀ କମିଟି ଗଠନ କରାଯାଇଥିଲା । ଚଳିତ ବର୍ଷ ମଞ୍ଚ ଓ ସ୍ମାରକୀ କମିଟି ର ମିଳିତ ଆନୁକୁଲ୍ୟରେ ହୋଇଥିବା ବଳିଦାନ ଦିବସ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ କରକମଳ ରେ ବୀର ଶହିଦ ଛବିଲ ସାଏ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସହିତ ଏକ ପ୍ରଦର୍ଶନୀ ର ମଧ୍ଯ ଶୁଭାରମ୍ଭ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚ ପ୍ରତିଷ୍ଠା ହେଲା ଦିନ ଠାରୁ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟ ର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ କରିବା ସଙ୍ଗେ ସଙ୍ଗେ ଅଞ୍ଚଳ ର ବିରପୂତ୍ର ବରପୁତ୍ର ଙ୍କୁ ଉଚିତ୍ ସମ୍ମାନ ଦେବା ଦିଗରେ ବିଭନ୍ନ ସମୟରେ ବିବିଧ କାର୍ଯ୍ୟକ୍ରମ ମାନ କରି ଆସିଛି । କେନ୍ଦ୍ରମନ୍ତ୍ରୀ ଙ୍କ ଆଜିର ନିଷ୍ପତି ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସାଂସ୍କୃତିକ ଐତିହାସିକ ସଂଗ୍ରାମ କୁ ଏକ ନୂତନ ଦିଗନ୍ତ ଓ ପ୍ରେରଣା ଯୋଗାଇବ ।