Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଗତି ପଥରେ ଓଡ଼ିଶା; ପର୍ଯ୍ୟଟନ ଶିଳ୍ପକୁ ନେଇ ଜାପାନ ପ୍ରତିନିଧିଙ୍କ ସହ ଆଜି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଟୋକିଓ: ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା। ଗତକାଲି ନିପ୍ପନ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିବା ସହ ସେଠାକାର ପରିବେଶ ଉପଯୋଗୀ ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

ଏହା ସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଓ ବିକାଶ ନେଇ ମଧ୍ୟ ଜାପାନ ପ୍ରତିନିଧିଙ୍କ ସହ ଓଡ଼ିଶା ପ୍ରତନିଧି କରିବେ ଆଲୋଚନା । ପୂର୍ବ ଆଲୋଚନା ଅନୁଯାୟୀ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ନିପ୍ପନ ଷ୍ଟିଲର ସହଯୋଗରେ କାରଖାନା ନିର୍ମାଣ ହେବ। ଓଡ଼ିଶାରେ ୨୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଏହାକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ