Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସୟୁଜେର ସମ୍ବଲପୁର ଜିଲ୍ଲା କମିଟି ଘୋଷିତ

ସମ୍ବଲପୁର :ଆଜି ଦେବଗଡ଼ ଜିଲ୍ଲା ରିଆମାଳ ଠାରେ ଏସୟୁଜେ ଓଡ଼ିଶାର ଜିଲ୍ଲା ବୈଠକ ଅବସରରେ ସମ୍ବଲପୁର ଜିଲ୍ଲା ଶାଖା ର ପୂର୍ଣ୍ଣାଙ୍ଗ କମିଟି ଗଠିତ ହୋଇ ଘୋଷଣା କରାଯାଇଛି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ,ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ଝାଙ୍କର ଏବଂ ଜାତୀୟ ସାମ୍ବାଦିକ ୟୁନିଅନର କାର୍ଯକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇଙ୍କ ଉପସ୍ଥିତି ରେ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା।ଏଥିରେ ସଭାପତି- ରବିନ୍ଦ୍ର ପ୍ରସାଦ ଦାନୀ।
ଉପସଭାପତି: ଡାକ୍ତର ରାଜାରାମ ଷଢଙ୍ଗୀ ଓ ରାଧେଶ୍ୟାମ ପଣ୍ଡା, ସାଧାରଣ ସମ୍ପାଦକ -ପ୍ରମୋଦ କୁମାର ବହିଦାର,ସାଙ୍ଗଠନିକ ସମ୍ପାଦକ ରାଜା ପାଲ୍,ସହ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ଜିତେନ୍ଦ୍ର ମୁଦୁଲି ଓ
କାର୍ଯ୍ୟକାରିଣୀ ସଭ୍ୟ ଭାବେ ଟିକେଶ୍ଵର ପ୍ରଧାନ ଓ ପ୍ରସନ୍ନ ପ୍ରଧାନ ମନୋନୀତ ହୋଇଥିବା ରାଜ୍ୟ କମିଟି ଘୋଷଣା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ