Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା: ମେଧାବୃତ୍ତିରେ ୭ ଉତ୍ତିନ୍ନ

ସମ୍ବଲପୁର (ଯୁଯୋମୁରା ): ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଯୁଯୋମୁରା ବ୍ଲକରୁ ୭ ଜଣ ଉନ୍ନିତ ହୋଇଛନ୍ତି ।
ଏମାନଙ୍କ ମଧ୍ୟରେ ବେହେଡାମାଲ ପ୍ରାଥମିକ ବିଦ୍ୟାଳୟର ଶିବାନୀ ପ୍ରଧାନ,ବଡତୁରାଙ୍ଗ ପ୍ରାଥମିକ ବିଦ୍ୟାଳୟର ଶୁଭମ ସାହୁ,ଲିପିଣ୍ଡା ପ୍ରାଥମିକ ବିଦ୍ୟାଳୟର ସୂର୍ଯ୍ୟକାନ୍ତ ସାହୁ, ଚନ୍ଦ୍ରମା ନୋଡାଲ ଉପ୍ରା ସ୍କୁଲର ଗୁଞ୍ଜନ ରଣା, ଭାଡିମୁରା ପ୍ରକଳ୍ପ ଉପ୍ରା ସ୍କୁଲର ପିୟୁଷ ପ୍ରଧାନ,ଡଙ୍ଗାପାଳ ପ୍ରାଥମିକ ବିଦ୍ୟାଳୟର ଅପନ୍ନା ଅଭିପ୍ସା ପ୍ରଧାନ ଓ ଡଙ୍ଗରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜ୍ୟୋତିର୍ମୟୀ ଭୋଇ ଏହି ସଫଳତା ହାସଲ କରିଛନ୍ତି ।ସମସ୍ତ କୃତି ଶିକ୍ଷାର୍ଥୀଙ୍କୁ ଡଙ୍ଗରପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା,ସମାଜସେବୀ ଦିଲ୍ଲିପ କୁମାର ପଣ୍ଡା ଓ ଡା.ରାଜାରାମ ଷଡଙ୍ଗୀ ଅଭିନନ୍ଦନ ଜଣାଇବା ସହିତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ମାନଙ୍କୁ ନିଜ ପରିଶ୍ରମର ପରାକାଷ୍ଠା ଯୋଗୁଁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ