ପାନପୋଷିରେ ମକର ସଂକ୍ରାନ୍ତି ଓ ଅଷ୍ଟପ୍ରହରୀ ନାମ ଯଜ୍ଞ

ସମ୍ବଲପୁର (ମେଘପାଳ) ମେଘପାଳ ପଞ୍ଚାୟତର ପାନପୋଷି ଗ୍ରାମରେ ୩୦ ବର୍ଷ ଧରି ପାଳନ ହୋଇ ଆସୁଥିବା ଆଜି ମକର ସଂକ୍ରାନ୍ତି ଉତ୍ସବ ସହିତ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରମାକାନ୍ତ ଧରଙ୍କ ପୌରହିତ୍ୟରେ ପୂଜାର୍ଚନା ହୋଇଥିବା ବେଳେ ମୂଖ୍ୟ କର୍ତ୍ତା ଭାବେ ଟିକେଶ୍ୱର ସାହୁ ଓ ମଞ୍ଜୁବାଳା ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସର ରେ ଗୋଗୁଆ,ମାଛୁଧିହି,ଝାରବେଡା, ଲିଟିମୁଣ୍ଡା,କତରକେଲା,ସାଲେସିଙ୍ଗ, ପାନପୋଷି ଗ୍ରାମର ସଂକିର୍ତ୍ତନ ଦଳ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବ ଆସନ୍ତାକାଲି ସନ୍ଦ୍ୟାରେ ପୂର୍ଣ୍ଣାହୁତି ପଡିବ । ୨ ଦିନ ଧରି ଅନୁଷ୍ଠିତ ଉତ୍ସବରେ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅର୍ନ ଭୋଗ ଦେଇ ଆପ୍ୟାୟିତ କରାଯାଇଥିଲା।