ଭିନ୍ନକ୍ଷମ ହେଲେ ବି ସକ୍ଷମ :-ତୁମ୍ବେସ ନିଜସ୍ୱ ଉଦ୍ୟମରେ ପାଠ ପଢି ଆରଡବ୍ଲୁଏସଏସ କନିଷ୍ଠଯନ୍ତ୍ରୀ ଭାବରେ ନିଯୁକ୍ତି ପାଇ,ଅନ୍ୟପାଇଁ ପ୍ରେରଣା ସାଜିଲେ


ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଳାମାଟି ପଞ୍ଚାୟତ ଗୋଶାଳା ନିବାସୀ ତୁମ୍ବେସ ସାହୁ ଜନ୍ମରୁ ଦିବ୍ୟାଙ୍ଗ (ମୁକବଧିର) ହୋଇଥିଲେ ବି ନିଜସ୍ୱ ଉଦ୍ୟମରେ ଇଞ୍ଜିନିୟରିଂ ପାଠ ପଢି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତିପତ୍ର ପାଇ ଆରଡବ୍ଲୁଏସଏସ ରେ ନିଯୁକ୍ତି ପାଇଛନ୍ତି।ଯାହାକି ଅଞ୍ଚଳ ପାଇଁ ଗୌରବ ପ୍ରତିଭା ସାଜିଥିବାବେଳେ,ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।ଏହି ଖବର ପ୍ରଚାର ହେବାପରେ ଜିଲ୍ଲାପରିଷଦ ସଭ୍ୟ ସୁଦର୍ଶନ ହରିପାଲ ଓ କଳାମାଟି ପୂର୍ବତନ ସରପଞ୍ଚ ଶ୍ରୀହରି ନାଗ ଯାଇ ତୁମ୍ବେସଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ, ଅନେକ ଶୁଭେଚ୍ଛାର ସୁଅ ଛୁଟୁଛି।ଏଠାରେ ସୂଚନାଯୋଗ୍ୟ ଯେ ଗୋଶାଳା ନିବାସୀ ପ୍ରତାପ କିଶୋର ସାହୁ ଓ ଆମ୍ବୁବତୀ ସାହୁଙ୍କ ଏକମାତ୍ର ପୁଅ ତୁମ୍ବେସ ଜନ୍ମରୁ ଦିବ୍ୟାଙ୍ଗ (ମୁକବଧିର) ଥିଲେ।ସାଙ୍ଗରେ ଏକ ଭଉଣୀ।ବାପାଙ୍କ ଏକ ଛୋଟ ଦୋକାନ ରହିଥିବାବେଳେ, ତାଙ୍କ ବାପା ମାଆ ବହୁ କଷ୍ଟରେ ପାଳିପୋଷିଥିବାବେଳେ,ତୁମ୍ବେସ ପିଲାଦିନରୁ ପାଠପଢ଼ା ପ୍ରତି ବହୁ ଆଗ୍ରହୀ ଥିଲେ।ସେ ବୁର୍ଲାସ୍ଥିତ ମୁକବଧିର ବିଦ୍ୟାଳୟରେ ତୁମ୍ବେସ ନାମ ଲେଖାଇଥିଲେ। ସେଠାରୁ ସେ ଦଶମ ଶ୍ରେଣୀ ପାସ କରିଥିଲେ।ପରେ ପାଠ ପଢ଼ାରେ ଡୋରି ଲାଗିଯାଇଥିଲା।ହେଲେ ତୁମ୍ବେସଙ୍କ ଦୃଢ଼ ଇଚ୍ଛାଶକ୍ତି ପାଇଁ ସେ ହାର ନ ମାନି ଝାରସୁଗୁଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ରେ ସିଭିଲ ଡିପ୍ଲୋମା କରି ୨୦୧୩ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ।ତାପରେ ସେ ଚାକିରୀ ଖଣ୍ଡିଏ ପାଇଁ ଅନେକ ପ୍ରୟାସ କରିଥିଲେହେଁ ପାଇ ପାରିନଥିଲେ।ଗତ ୮ତାରିଖରେ ରାଜଧାନୀ ଲୋକସଭା ଭବନରେ ଆୟୋଜିତ ନିଯୁକ୍ତି ପର୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ପାଇଥିବାବେଳେ,ବର୍ତମାନ ଆରଡବ୍ଲୁଏସଏସ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି କାର୍ଯ୍ୟକୁ ସଚେତନ ବୁଦ୍ଧିଯିବି ମହଲରେ ପ୍ରଶଂସା କରାଯାଇଥିବାବେଳେ, ତୁମ୍ବେସ ର ପରିବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।