Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ଶିବିର ଉଦଘାଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଖମ୍ବେଶ୍ଵରୀପାଲି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ଛାତ୍ରୀ ମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଆତ୍ମ ରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇ ଯାଇଛି। ଅଧ୍ୟକ୍ଷା ସ୍ଵପ୍ନା ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଶୋଭା ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଏହି ତାଲିମ କାର୍ଯ୍ୟକ୍ରମ ଆଗାମୀ ସାତ ଦିନ ଧରି ଚାଲିବା ନେଇ ସୂଚନା ମିଳିଛି। ମାଷ୍ଟର ଟ୍ରେନର ଭାବରେ ଶୁଭଶ୍ରୀ ସୁଭସ୍ମିତା ଦାସ ଓ ଅଙ୍କିତା କହଁର ଯୋଗଦାନ କରିଥିଲେ। ଆତ୍ମରକ୍ଷା ତାଲିମ ଦାୟିତ୍ୱରେ ଥିବା ଶିକ୍ଷା ପ୍ରୀତି ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମୁଦାୟ ୧୧୪ ଜଣ ଛାତ୍ରୀ ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ