Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଞ୍ଜିଳି ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତ

ନୂଆଦିଲ୍ଲୀ: ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ହିଞ୍ଜିଳିକୁ ମିଳିଛି ଦେଶର ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା। ସେପଟେ ଗଞ୍ଜାମ ଜିଲ୍ଲା ହୋଇଛି ଦେଶର ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ। ଦେଶର ସମସ୍ତ ବ୍ଲକକୁ ପଛରେ ପକାଇ ଏହି ସମ୍ମାନ ହାସଲ କରିଛି ହିଞ୍ଜିଳି। ଏ ନେଇ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

ସେହିପରି ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ହୋଇପାରିଛି। ଶାସନ, ଆମ୍ବ ଗାଁ ଦ୍ବିତୀୟ ଶ୍ରେଷ୍ଠ ଓ ସବୁଜ ପଞ୍ଚାୟତର ମାନ୍ୟତା ପାଇଛି।

ସେହିପରି ଭଞ୍ଜନଗର ବ୍ଲକର କୁଲାଡ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ଲାଭ କରିଛି। ପାତ୍ରପୁର ବ୍ଲକର ଆଙ୍କୁଲି ଗ୍ରାମପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ