Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଐତିହାସିକ ଦୀପକ ପଣ୍ଡାଙ୍କ ପାଞ୍ଚଟି ପୁସ୍ତକ ଲୋକାର୍ପିତ

ସମ୍ବଲପୁର:ଆଜି ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଐତିହାସିକ ଦୀପକ କୁମାର ପଣ୍ଡାଙ୍କ ପାଞ୍ଚଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଉନ୍ମୋଚକ ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ସାଂସଦ ସୁରେଶ ପୂଜାରୀ,ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଯୋଗଦେଇ ଦେଇଥିଲେ। ଲେଖକ ଶ୍ରୀ ପଣ୍ଡା ପୁସ୍ତକ ପ୍ରକାଶନ ଉପରେ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ,ସୁରେନ୍ଦ୍ର ସାଏଙ୍କ ଉପରେ ବହୁ ପୁସ୍ତକ ରହିଛି କିନ୍ତୁ ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଏହି ପୁସ୍ତକ ରେ ଏକ ଧାରାବାହିକତା ରଖିବା ନିମନ୍ତେ ପ୍ରୟାସ କରାଯାଇଥିବା ବ୍ୟକ୍ତକରି ଏହି ପୁସ୍ତକ ରାଜ୍ୟ ଓ ରାଜ୍ୟ ବାହାରେ ଏପରିକି ବିଦେଶରେ ମଧ୍ୟ ସୁରେନ୍ଦ୍ର ସାଏଙ୍କ ବୀରତ୍ୱଗାଥାର ପ୍ରଚାରରେ ସହାୟକ ହୋଇ ପାରିବ ସେ କହିଥିଲେ।ଶ୍ରୀ ପଣ୍ଡାଙ୍କ ଇତିହାସ ପୁସ୍ତକ ‘ଦି ଗ୍ରେଡ ସମ୍ବଲପୁର ରିବେଲିଅନ ଏଣ୍ଡ ବୀର ସୁରେନ୍ଦ୍ର ସାଏ ‘, ‘ମରାଠା ଅକ୍ୟୁପେସନ୍‌ ଅଫ୍ ସମ୍‌ବଲପୁର’,’ସବମର୍ଜଡ ଟେମ୍ପୁଲସ୍‌ ଅଫ ସମ୍ବଲପୁର’ଉପରେ ଟିପ୍ପଣୀ ଦେଇ ଐତିହାସିକ ଡା. ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର କହିଥିଲେ ଯେ, ହୀରାକୁଦ ବନ୍ଧରେ ବୁଡି ଯାଇଥିବା ମନ୍ଦିରଗୁଡିକ ବହୁ ଐତିହ୍ୟ ଧାରଣ କରିଛନ୍ତି ତେବେ କାଳଗର୍ଭରେ ସେ ଐତିହାସିକ ପ୍ରମାଣମାନ ବିଲୀନ ହେଇଯିବା ପୂର୍ବରୁ ସେଗୁଡିକୁ ସଂରକ୍ଷିତ କରିବାକୁ ଏଥିରେ ପ୍ରୟାସ କରାଯାଇଛି।ସମ୍ବଲପୁରରେ ମରାଠା ଶାସନ ଏକ ଗୁରୁତ୍ତ୍ବପୂର୍ଣ୍ଣ ଅଧ୍ୟାୟ ହୋଇଥିବା ସତ୍ତ୍ୱେ ଇତିହାସରେ ଏହାର ବିଶେଷ ବ୍ୟାଖ୍ୟା ନାହିଁ ତେଣୁ ସେ ବିଷୟରେ ଏକ ପୁସ୍ତକର ନିହାତି ଆବଶ୍ୟକତା ରହିଥିଲା ଯାହା ଆଜି ପୁରଣ ହେଲା ବୋଲି ସେ କହିଥିଲେ।ଦୀପକ ପଣ୍ଡାଙ୍କ ‘ସମ୍ବଲପୁରୀ ଗ୍ରନ୍ଥାବଲୀ’ ଓ ‘ସମ୍ବଲପୁରୀ ଲାଂଗୁଏଜ କଲଚର ଏଣ୍ଡ ଟ୍ରେଡିସନ’ ପୁସ୍ତକ ଉପରେ ଡ. ସତ୍ୟନାରାୟଣ ଠାକୁର ଟିପ୍ପଣୀ ରଖି କହିଥିଲେ ଯେ,ସମ୍ବଲପୁରକୁ ଭଲ ଭାବରେ ଜାଣିବାକୁ ହେଲେ ଏହି ପୁସ୍ତକ ଦ୍ବୟ ପାଠ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଅତିଥି ବିଧାୟକ ଇଂ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଆମର ଭାଷା ସଂସ୍କୃତିର ବର୍ତ୍ତମାନ ଦୃତଗତିରେ କଳୁଷିତ ହେବାକୁ ଲାଗିଲାଣି। କୌଣସି ଅଂଚଳର ଭାଷା ଓ ସଂସ୍କୃତି ସହି ଅଂଚଳର ପରିଚୟ ଅଟେ ତେଣୁ ଏହାର ସଂରକ୍ଷଣ ପ୍ରତି ଆମକୁ ଯତ୍ନଶୀଳ ହେବାକୁ ପଡିବ। ସାଂସଦ ପୂଜାରୀ କହିଥିଲେ ଯେ ଗୋଟିଏ ପରିବାରର ଦୁଇଟି ପିଢି ମା’ମାଟି ପାଇଁ ବଳିଦାନ ଦେବାର ଦୃଷ୍ଟାନ୍ତ ସମଗ୍ର ବିଶ୍ୱରେ ବିରଳ ମାତ୍ର ଯଥାଯଥ ପ୍ରଚାର ଅଭାବରୁ ବିଶ୍ୱବାସୀ ଏ ମାଟିର ଏଭଳି ଘଟଣା ବିଷୟରେ ଅଜ୍ଞ ତେଣୁ ଆମ ଅଂଚଳର ଏଭଳି ଘଟଣାର ପ୍ରଚାର ସାକାଶେ ପ୍ରୟାସ କରିବା ଆମ ସମସ୍ତଙ୍କ ଦାୟିତ୍ତ୍ୱ ପୁନଶ୍ଚ ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ସ୍ୱିକୃତି ନିମନ୍ତେ ମଧ୍ଯ ଉଦ୍ୟମ ଚାଲିଛି।ତେବେ ଏଥି ନିମନ୍ତେ ପଶ୍ଚିମ ଓଡିଶାର ବରିଷ୍ଠ ନାଗରିକମାନଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ଦୀପକ ପଣ୍ଡାଙ୍କ ଏହି ପୁସ୍ତକ ଗୁଡିକ ପଛରେ ପଇଚାଳିଶ ବର୍ଷର ସାଧନା ରହିଛି। ଅତୀତ ନଥିଲେ ତା’ର ବର୍ତ୍ତମାନ ଓ ଭବିଷ୍ଯତ ନଥାଏ, ଆମର ଏକ ସମୃଦ୍ଧ ଅତୀତ ରହିଛି ଯାହାକୁ ବାନ୍ଧି ରଖିବାର ସତ୍‌ପ୍ରୟାସ ଶ୍ରୀ ପଣ୍ଡା କରିଛନ୍ତି, ଯାହା ଆଗାମୀ ଅନେକ ପିଢିକୁ ଦିଗ୍‌ଦର୍ଶନ ଦେବ। ଆମେ ନିଜେ ନିଜକୁ ନଚିହ୍ନିଲେ ନିଜକୁ ଭଲଭାବରେ ଗଢି ପାରିବା ନାହିଁ ତେଣୁ ଆମକୁ ଭଲଭାବରେ ଜାଣିବା ପାଇଁ ଆମକୁ ଆମ ଇତିହାସକୁ ଭଲଭାବରେ ଜାଣିବାକୁ ହେବ। ବୀର ସୁରେନ୍ଦ୍ର ସାଏ କେବଳ ପଶ୍ଚିମ ଓଡିଶାର ନୁହନ୍ତି ସେ ସମଗ୍ର ବିଶ୍ୱର ମୁକ୍ତିକାମି ସଂଗ୍ରାମୀମାନଙ୍କ ମଧ୍ୟରୁ ଜଣେ। ଆଜି ବିଶ୍ୱ ଦରବାରରେ ଆମକୁ ତାହା ସାବ୍ୟସ୍ତ କରିବାକୁ ପଡିବ। ସଭାର ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ