Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତାଜୀ ସୁବାଷ ସଙ୍ଘ ତରଫରୁ ରକ୍ତଦାନ ଶିବିର

ସମ୍ବଲପୁର :ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ବଙ୍ଗାଲୀପଡା ନେତାଜୀ ସୁବାଷ ସଂଘ ପକ୍ଷରୁ ଏକ ବାଇକ ରେଳିରେ ଯାଇ ଜେଲଛକ ଠାରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏହାପରେ ନେତାଜୀ ସୁବାଷକ୍ଳବଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରରେ ସ୍ବେଚ୍ଛାସେବୀ ମାନେ ସ୍ୱେଚ୍ଛାକୃତ ରକ୍ତ ଦାନ କରି ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ॥ଏହି କାର୍ଯ୍ୟକ୍ରମକୁ ସଭାପତି ତପନ ଘୋଶ, ଦେବାଶିଷ ଦେ, ସଞ୍ଜିବ ଦତ୍ତ, ହିମାଂଶୁ କର୍ମକାର, ସପନ ଚାନ୍ଦ, ରାଜେଶ ମାଝୀ, ତରୁଣ ରାୟ, ରାଜୀବ ଦତ୍ତ, ବିଶ୍ୱଜିତ ରାୟ, ପ୍ରଦୀପ କର୍ମକାର, ଗୌରାଙ୍ଗ ରାୟ, ସୁବିର ରାୟ, ମୃଣାଳ ସିନ୍ହା,ଜୟ ଘୋଶ, ଗଣେଶ ଦେବନାତ, ଜୟନ୍ତ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି ରକ୍ତଦାନ ଶିବିରରେ ରାମଦାଶ ପଣ୍ଡା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହୀତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ