Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କଣ ଏପ୍ରିଲ ୧୬ ତାରିଖରେ ହେବ ଲୋକସଭା ନିର୍ବାଚନ ? ସ୍ପଷ୍ଟିକରଣ ରଖିଲେ ସିଇଓ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪କୁ ଆଉ କେଇଟା ମାସ ବାକି ରହିଛି। ବଜେଟ୍ ଅଧିବେଶନ ପରେ କେଉଁ ସମୟରେ ବି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏହା ମଧ୍ୟରେ ଖବର ବହୁଳ ମାତ୍ରା ପ୍ରକାଶ ପାଇଲା ଯେ, ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ। ମଙ୍ଗଳବାର ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ।  ସେ ଏମିତି ଖବରକୁ ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସିଇଓଙ୍କ କାର୍ଯ୍ୟାଳୟର ଏକ ଚିଠି ସାମ୍ନାକୁ ଆସିବା ପରେ ମତଦାନର ତାରିଖକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।

ଭାଇରାଲ୍ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତୀୟ ନିର୍ବାଚନ ଆୟୋଗ ଏକ ପ୍ରାରମ୍ଭିକ ଯୋଜନା ଅନୁରୂପ ଅସ୍ଥାୟୀ ବାବେ ମତଦାନ ତାରିଖ ୨୦୨୪ ଏପ୍ରିଲ ୧୬ ତାରିଖ ରଖିଥିଲେ। ଅଧିସୂଚନା ଦିଲ୍ଲୀର ସମସ୍ତ ୧୧  ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜାରି କରାଯାଇଥିଲା। ଏଥିରେ ଏହା ମଧ୍ୟ ଲେଖା ହୋଇଥିଲା ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନାରେ ଦିଆଯାଇଥିବା ସମୟ ସୀମାର ଅନୁପାଳନ କରନ୍ତୁ।

ଏହାର କିଛି ସମୟପରେ ଦିଲ୍ଲୀ ସିଇଓଙ୍କ କାର୍ଯ୍ୟାଳୟ ତରଫରୁ ଏକ୍ସରେ ପୋଷ୍ଟ କରାଯାଇ ଏମିତି ଖବରକୁ ଖଣ୍ଡନ କରିବା ସହ ଏହି ତାରିଖ କେବଳ ମାତ୍ର ସଂଦର୍ଭ ଥିଲା ବୋଲି କୁହାଯାଇଛି। ମିଡିଆର କିଛି ପ୍ରଶ୍ନର ଜବାବରେ କୁହାଯାଇଛି ଯେ, ଏହି ତାରିଖ କେବଳ ଅଧିକାରୀଙ୍କ ପାଇଁ ଇସିଆଇଙ୍କ ନିର୍ବାଚନ ଯୋଜନା ଅନୁସାରେ ଯୋଜନା ପ୍ରସ୍ତୁତ କରିବା ସଂଦର୍ଭର  କରାଯାଇଥିଲା। ଏହା ନାମକୁ ମାତ୍ର ଏକ ସଂଦର୍ଭ ଥିଲା। ଏପ୍ରିଲ ୧୬ରେ ନିର୍ବାଚନ ନେଇ ଇସିଆଇ ପକ୍ଷରୁ ସ୍ପଷ୍ଟ କି ଘୋଷଣା କରାଯାଇ ନାହିଁ। ତେଣୁ ଏହି ଖବରକୁ ଗୁରୁତର ସହ ନେବା ଅନୁଚିତ୍।

ଲୋକସଭା ନିର୍ବାଚନ ପାଇଁ ବାସ୍ତବ ତାରିଖ ଅଦ୍ୟାବଧି ଘୋଷଣା କରାଯାଇ ନାହିଁ। କୁହାଯାଉଛି ଏପ୍ରିଲ କିମ୍ବା ମେ ମାସରେ ମତଦାନ ହୋଇପାରେ। ଉଲ୍ଲେଖନୀୟ ୨୦୧୯ ନିର୍ବାଚନ ସାତୋଟି ପର୍ଯ୍ୟାୟରେ ହୋଇଥିଲା। ଏହା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୧୯ ତାରିଖରେ ସମାପ୍ତ ହୋଇଥିଲା। ଏହାର ଫଳାଫଳ ମେ ୨୩ ତାରିଖରେ ଘୋଷଣା କରାଯାଇଥିଲା।