Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳ ବଳ ସହ କଂଗ୍ରେସରେ ଯୋଗ ଦେବେ ବରିଷ୍ଠ ଆଦିବାସୀ ନେତା ବଳଭଦ୍ର ମାଝୀ

ଭବାନୀପାଟଣା:ରାଜନୀତି ପାଣିପାଗ ଦିନକୁ ଦିନ ବଦଳିବାରେ ଲାଗିଛି।ଏଭିତରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବରିଷ୍ଟ ଆଦିବାସୀ ନେତା ବଳଭଦ୍ର ମାଝୀ କଂଗ୍ରେସ ଦଳରେ ସାମିଲ ହେବାକୁ ଯାଉଛନ୍ତି।ବିଜେଡିରେ ତାଙ୍କୁ ଅଣଦେଖା କରିବା ଅଭିଯୋଗ କରି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ।ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ବଳଭଦ୍ର ମାଝୀ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଭବାନୀପାଟଣା ଠାରେ ଆୟୋଜିତ ହେଉଥିବା କଂଗ୍ରେସ ମିଶ୍ରଣ ପର୍ବରେ ସେ ସାମିଲ ହେବେ।ଏହି ମିଶ୍ରଣ ପର୍ବରେ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବଳଭଦ୍ର ମାଝୀ ନିଜର ବହୁ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗଦାନ କରି କଂଗ୍ରେସର ନୂଆଁ ଅଭ୍ୟୁତ୍ଥାନରେ ସାମିଲ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ