Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ସମଲେଶ୍ୱରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଦିନକୁ ଛୁଟି ଘୋଷଣା ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ସକ୍ଷମ ତ ଦାବି ପତ୍ର

ସମ୍ବଲପୁର:ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଶୁଭାରମ୍ଭ କଲା ପରେ ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ଶୁଭ ଉଦଘାଟନ ହେବାକୁ ଯାଉଛି ମାଁ ସମଲେଶ୍ୱରୀ ମନ୍ଦିର ପରିକ୍ରମା ପ୍ରକଳ୍ପ I ମାଁ ସମଲେଶ୍ୱରୀ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଇ ଆସୁଛନ୍ତି l ପଶ୍ଚିମ ଓଡିଶା ତଥା ଆଖ ପାଖ ରାଜ୍ୟର କୋଟି କୋଟି ଶ୍ରଦ୍ଧାଳୁ ମାଁ ସମଲେଇଙ୍କ ପାଖରେ ମାନସିକ ରଖୁଥିବା ବେଳେ ତାଙ୍କରି ପ୍ରତି ଆସ୍ଥା ରଖିଥାନ୍ତି l
ଏହି ମାଁ ସମଲେଇ ପ୍ରକଳ୍ପ କୁ ସମସ୍ତଙ୍କର ଅପେକ୍ଷା ଥିବା ବେଳେ ଏହି ଦିନଟିକୁ ମହା ସମାରୋହରେ ପାଳନ କରିବାକୁ ବ୍ୟସ୍ତ ହୋଇପଡିଛନ୍ତି l
କୋଟି କୋଟି ଶ୍ରଦ୍ଧାଳୁ ଙ୍କର ଭାବାବେଗ କୁ ସମ୍ମାନ ଜଣାଇ ଆଗାମୀ ଜାନୁଆରୀ ୨୭ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କରିବାକୁ ସାମାଜିକ ସଂଗଠନ “ସକ୍ଷମ ” ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କର ଅନୁପସ୍ଥିତି ଆର.ଡି.ସି. ଙ୍କର ସଚିବ ସୁକାନ୍ତ ତ୍ରିପାଠୀଙ୍କୁ ଆଜି ଅପରାହ୍ନରେ ପ୍ରଦାନ କରାଯାଇଥିଲା।
ଦାବିପତ୍ର ରେ ସକ୍ଷମର କର୍ମକର୍ତା ବୃନ୍ଦ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ୨୭ ଜାନୁଆରୀ ଦିନଟି ଛୁଟି ଘୋଷଣା ହେଲେ ସମ୍ବଲପୁର ତଥା ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଙ୍କର ଏହି ବିଶେଷ ଦିନରେ ଜନସାଧାରଣ ସାମିଲ ହେବା ସହ ମାଁ ସମଲେଇ ଙ୍କର ପୂଜାର୍ଚ୍ଚନା ହର୍ଷ ଉଲ୍ଲାସ ସହ କରିପାରିବେ l
ଆଜିର ଏହି ଦାବୀ ପ୍ରଦାନ ସମୟରେ ସୂର୍ଯ୍ୟ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, ସରୋଜ ସାହୁ, ଡାକ୍ତର ପ୍ରଭାସ ଦେବତା, ମୁକେଶ ଜରିୱାଲ, ରଂଜିତ ରଥ, ନିୟୁଟନ ରାଏ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ