Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନସ ରଞ୍ଜନ ମିଶ୍ରଙ୍କୁ ନାଟ୍ୟଶ୍ରୀ ସମ୍ମାନ

କଟକ: ସମ୍ବଲପୁରର ଯୁବ ନାଟ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ମିଶ୍ରଙ୍କୁ ମିଳିଛି ନାଟ୍ୟଶ୍ରୀ ସମ୍ମାନ।କଟକ କଳା ବିକାଶ କେନ୍ଦ୍ର ଠାରେ ଥିଏଟର ମୁଭମେଣ୍ଟ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ନୃତ୍ୟ,ସଂଗୀତ ଓ ନାଟକ ପ୍ରତିଯୋଗିତା ଓ ମହୋତ୍ସବ ରେ ଏହି ନାଟ୍ୟଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି ନାଟୁଆ ବଏ ମାନସଙ୍କୁ। ନାଟକ ପ୍ରତି ମାନସଙ୍କ ଅବଦାନକୁ ନେଇ ଏହା ସମ୍ମାନ ପ୍ରଦାନ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ଅନ୍ୟତମ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଡି ଏନ ସିଂ ଏହି ସମ୍ମାନ ମାନସଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ବଲପୁରର ସ୍ୱର ପକ୍ଷରୁ ମାନସଙ୍କ ନିର୍ଦ୍ଦେଶିତ ଓ ସରୋଜ କୁମାର ଟପ୍ନୋଙ୍କ ରଚିତ ନାଟକ ମହାଯାତ୍ରା ପରିବେଷଣ କରାଯାଇଥିଲା। ମାନସଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ