Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତାଜୀ କ୍ଲବର ୪୫ତମ ବାର୍ଷିକିତ୍ସୋବ ଓ ନେତାଜୀ ଜୟନ୍ତୀ

ବରଗଡ(ପୋଢବାଡି):ଅତାବିରା ବ୍ଲକ୍ ଅନ୍ତର୍ଗତ ପୋଢବାଡି ନେତାଜୀ କ୍ଲବର ୪୫ତମ ବାର୍ଷିକିତ୍ସୋବ ଓ ନେତାଜୀ ଜୟନ୍ତୀ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଅତିଥି ମାନଙ୍କ ଗହଣରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଉତ୍ସବର ଉଦଘାଟନ କରାଯାଇଥିଲା। ଆୟୋଜିତ ଉତ୍ସବରେ ଅତାବିରା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମୁଖ୍ୟଅତିଥି,ପଦ୍ମଶ୍ରୀ ହଳଧର ନାଗ୍ ମୁଖ୍ୟବକ୍ତା ରୂପେ ଯୋଗେଦେଇ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ କାହାଣୀ ଓ ଦେଶ ସ୍ୱାଧନତରେ ସେମାନଙ୍କ ତ୍ୟାଗ ସଂପର୍କରେ ବିଷଦ ଅବିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଲରମ୍ଭାର ସଂକିର୍ତ୍ତନ ଗାହାକ ସତ୍ୟନାରାୟଣ ସେଠଙ୍କୁ ଗୋପାଳ କମ୍ପ ସ୍ମୃତି ସମ୍ମାନ,ଶ୍ରୀୟାରାଣୀ ମହାନାଙ୍କୁ ଡଃ ପ୍ରତିଭା ରଥ ସ୍ମୃତି ସମ୍ମାନ ଓ ରୂପେଶ ବାରିକଙ୍କୁ ହରିଦାଶ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଆୟୋଜିତ ସଭାରେ ନେତାଜୀ କ୍ଲବର ସଭାପତି ଜୀବର୍ଦ୍ଧନ କ୍ଷେତୀ ସଭାପତିତ୍ୱ କରିଥିବା ବେଳେ ସଂପାଦକ ରାମଚନ୍ଦ୍ର ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ସଭାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିେଷଣ କରାଯାଇଥିଲା । ଶେଷରେ ମାନସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହାକୁ ଗ୍ରାମ ଓ କ୍ଲବର ସମସ୍ତେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ