Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଏକ ଦିବସୀୟ ପାଠ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ଦିବସ ଉପଲକ୍ଷେ ଏକ ଦିବସୀୟ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଦଜ୍ଞ ପଣ୍ଡିତ ଅରକ୍ଷିତ ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପାଉଲ୍ ମଣ୍ଡଳ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଡକ୍ଟର ବନିତା ପଟ୍ଟନାୟକ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ୟ ରେ କହିଲେ ଯେ ଜଗନ୍ନାଥ ସଂସ୍କୃତିର ବିକାଶ ଓ ଓଡ଼ିଆ ଭାଷାକୁ ଗୁରୁତ୍ଵ ଦେବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି।ଏହି କାର୍ଯ୍ୟକ୍ରମରେ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ବିଶ୍ୱେଶର ଆଚାର୍ଯ୍ୟ, ଅଧ୍ୟାପକ ରମେଶ ଦିଗାଲ,ସୁଶାନ୍ତ ସୁନା,ରିନା ମହାନ୍ତି, ସ୍ୱାଗତିକା ସାହୁ,ସନ୍ତୋଷ କୁମାର ବେହେରା,ସମୀର କହଁର, ବନ୍ଦନା ନାୟକ, ଶୁଭାଶିଷ କହଁର ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଶ୍ରୀ ସମୀର କହଁର,ସ୍ୱାଗତିକା ସାହୁ ଓ ସୁଶାନ୍ତ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ