Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏଏସ ସ୍ତରରେ ବଡ ଧରଣର ବଦଳି ଯୁଯୋମୁରା ତହସିଲଦାର ସହ ଡେପୁଟି କଲେକ୍ଟରଙ୍କ ବଦଳି

ସମ୍ବଲପୁର : ରାଜ୍ୟ ସରକାର ଗତକାଲି ଓଏଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୧୧ ଜଣ ଓଏଏସ୍ ଅଧିକାରୀଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ୨ ଜଣଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ଯୁଯୋମୁରା ତହସିଲଦାର ଅଭିଷେକ ସାହୁଙ୍କୁ କୃଷ୍ଣପ୍ରସାଦ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ବାଲେଶ୍ବରର ଡେପୁଟି କଲେକ୍ଟର ସ୍ୱାଧିନ କୁମାର ବେହେରାଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ସମ୍ବଲପୁର ଡେପୁଟି କଲେକ୍ଟର ସଜତ ମେରକିଙ୍କୁ ଚମ୍ପୁଆ ସବଡିଭଜନ ସବ କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କର୍ଲାମୁଣ୍ଡା ବିଡିଓ ସୁଚରିତା ମୁଗରିଙ୍କୁ ନିଯୁକ୍ତି ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ