Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଟ୍ୟକାର ବିନୋଦ ପଶାୟତଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ସମ୍ବଲପୁରୀ ଭାଷା ପାଇଁ ଏକ ବଡ଼ ସମ୍ମାନ : ନାଟନାଟୁଆ

ସମ୍ବଲପୁର:ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପଦ୍ମଶ୍ରୀ ଉପାଧିକୁ ନେଇ ପଶ୍ଚିମ ଓଡିଶାରେ ଖୁସୀ ପ୍ରକାଶ ପାଇଛି।ସମ୍ବଲପୁରୀ ଭାଷାକୁ ଉଚ୍ଚ ସୋପାନକୁ ପହଞ୍ଚାଇବାରେ ଜୀବନ ତମାମ କାର୍ଯ୍ୟକରି ଆସିଥିବା ସାହିତ୍ୟବିତ୍ ବିନୋଦ ପଶାୟତଙ୍କୁ ପଦ୍ମଶ୍ରୀ ସମ୍ନାନ ପାଇଁ ମନୋନୀତ କରିଥିବାରୁ ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ଖୁସିର ଲହରି ଖେଳିଯାଇଛି।ଏହି ମର୍ମରେ ସମ୍ବଲପୁର ନାଟ୍ୟନୁଷ୍ଠାନ ସମୂହ ନାଟନାଟୁଆ ପକ୍ଷରୁ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଓ ଯୁଗ୍ମ ସଂଯୋଜକ ବିରୁପାକ୍ଷ ପ୍ରଧାନ, ଅତିଶ କୁମାର ଶତପଥି ପ୍ରମୁଖ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି ଯେ, କବି – ନାଟ୍ୟକାର ଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରିବା ସମ୍ବଲପୁରୀ ଭାଷା ସାହିତ୍ୟ ତଥା ସମ୍ବଲପୁରୀ ନାଟ୍ୟ ଆନ୍ଦୋଳନ ପାଇଁ ଏକ ବଡ଼ ସମ୍ମାନ l ଏହା ଦ୍ୱାରା ଆଗାମୀ ଦିନରେ ଆଗାମୀ ପିଢ଼ିର ସମ୍ବଲପୁରୀ ଭାଷା ସାହିତ୍ୟର ସ୍ରଷ୍ଟା ମାନେ ନୂତନ ସର୍ଜନା କରିବାକୁ ଖୋରାକ ପାଇବା ସହ ଭାଷା ଆନ୍ଦୋଳନ ରୁଦ୍ଧିମନ୍ତ ହେବ l ସୂଚନା ଯୋଗ୍ୟ ଯେ, ଗୀତିକାର ଶ୍ରୀ ପଶାୟତ ଙ୍କର ଲିଖିତ ଗୀତ ଗାଇ ଫକୀର ପଟ୍ଟନାୟକ, ବିଭୁତି ପଟ୍ଟନାୟକ, କ୍ରିଷ୍ଣା ପଟେଲ, ଜିତେନ୍ଦ୍ରିୟ ହରିପାଳ ପରି କଣ୍ଠଶିଳ୍ପୀ ମାନେ ଲୋକପ୍ରିୟ ହୋଇପାରିଛନ୍ତି l ଶ୍ରୀ ପଶାୟତ ଙ୍କର ରଚିତ ନାଟକ ଉଖୀ, ମୁଇଁ ନାଇଁମରେ, ଚି଼ହ୍ନl, ଲିତା ପରି ନାଟକ ରେ ଅଭିନୟ କରି ଅନେକ ଅଭିନେତା ପ୍ରତିଷ୍ଠା ପାଇପାରିଛନ୍ତି l
ଆଜି ସକାଳେ ନାଟନାଟୁଆ ପକ୍ଷରୁ ସୂର୍ଯ୍ୟ ପାଣିଗ୍ରାହୀ ଓ ଡ଼. ସତ୍ୟ ନାରାୟଣ ଠାକୁର ଶ୍ରୀ ପଶାୟତଙ୍କ ସେନପାର୍କ ସ୍ଥିତ ବାସଭବନକୁ ଯାଇ ଉପଢୌକନ ଦେଇ ସମ୍ନାନ ଜଣାଇଥିବା ସହ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ