Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସେବାର ମୂଲ୍ୟ ଅମୂଲ୍ୟ: ସୋସିଆଲ ଷ୍ଟାର କ୍ଲବର ୨୪ତମ ସ୍ଥାପନା ଦିବସ

ସମ୍ବଲପୁର: ସେବା ପରି ତ୍ୟାଗମୟ କଠିଣ କାମ କରିବାକୁ ହେଲେ ପରିବାରର ସମର୍ଥନ ଥିଲେ ଏହା କେହିବି କରିପାରିବେ ନାହିଁ ।ଏପରିକି ସେବା ଠାରୁ ତ୍ୟାଗମୟ କାମ ଦେଖିବାକୁ ବିରଳ।ତେଣୁ ସେବାର ଅମୂଲ୍ୟ ଦାନକୁ ଏ ସମାଜ ଭୁଲିଯିବା କଥା ନୁହଁ ବୋଲି ସୋସିଆଲ ଷ୍ଟାର କ୍ଲବର ୨୪ ତମ ପ୍ରତିଷ୍ଠା ଦିବସରା ବକ୍ତା ମାନେ କହିଛନ୍ତି।
ଗଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ସାଂସ୍କୃତିକ ସମାଜ ସେନପାର୍କ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ସିଡିଏମଓ ଡା.ପୂର୍ଣ୍ଣଚନ୍ଦ୍ର ସାହୁ ଯଗଦେଇ କହିଲେଯେ ସେବା ତାଙ୍କ ଜୀବନର ବଡ ସଂପତ୍ତି,ଅବସର ପରେ ସାମାଜିକ ସେବାକୁ ଜୀବନର ବ୍ରତ ଭାବେ ସେ ଗ୍ରହଣ କରିବେ।ସମ୍ମାନିତ ଅତିଥି ଭାବେ ଥିବା ସମାଜସେବୀ ସୁଧିର ପୂଜାରୀ କହିଲେ ସେବାର ମୂଲ୍ୟ ଅମୂଲ୍ୟ । ସେବା ସବୁ ହୃଦୟରେ ନଥାଏ ତାହା ଭଗବାନଙ୍କ ବରଦାନ ଭଳି ପୂଣ୍ୟାତ୍ମା ଅର୍ଜନ ଓ ସାମିଜିକବୋଧ ବ୍ୟକ୍ତିତ୍ୱର ମସ୍ତବଡ ପରିଚୟ। ଅନ୍ୟତମ.ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ସିଡ୍ଲୁସିଡି ସଦସ୍ୟ ଶିବ ଶଙ୍କର ନନ୍ଦ କହିଲେ ସେବା ପ୍ରତିଟି ହୃଦୟର ଆତ୍ମକଥନ ହୋଇଥିଲେବି ସେବା ସବୁ ମନର ପ୍ରାଣ ହୋଇନଥାଏ । ଯେଉଁ ସେବାକୁ ନିଜର ବଡ କାମ ବୋଲି ସମାଜରେ ବିଭିନ୍ନ ସେବା ଦେଇ ଆସୁଛନ୍ତି ସେମାନେ ଭଗବାନଙ୍କ ଆଶିର୍ବାଦ ଲାଭ କରିବେ ନିଶ୍ଚୟ।ତେଣୁ ଏଭଳି ଆଶିର୍ବାଦ ଲାଭ ପାଇଁ ରାଜନୈତିକ ଦଳ ମାନଙ୍କରେ ମଧ୍ୟ ପ୍ରତିଯୋଗିତା ମୂଳକ ସେବା କାର୍ଯ୍ୟ ଆରମ୍ଭ ହୋଇଛି ।ତେବେ ତାହାକୁ ରାଜନୈତିକ ଉଦ୍ଦେଶ୍ଯରେ ନରଖି ଗଠନ ମୂଳକ ଭାବେ ପରିଚାଳନା କରିବା ଆବଶ୍ୟକ । ଆୟୋଜିତ ସଭାରେ କ୍ଲବର ସଭାପତି ମାନସ ରଞ୍ଜନ ପାଢୀ ଅଧ୍ୟକ୍ଷତା କରିଥିଲେ।
ଏହି ସଭାରେ ପ୍ରତିବର୍ଷ ପରି ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଶଙ୍କର ରାମଚନ୍ଦାନୀ,ଡାକ୍ତର ରାଜାରାମ ଷଡଙ୍ଗୀ ଓ ସ୍ୱର୍ଗତ ଆଦିତ୍ୟ ପ୍ରକାଶ ଜଲାନ(ଗଜରାଜ ଅଟୋ ମୋବାଇଲ ପ୍ରା.ଲିଃ) ବିଶେଷଙ୍କୁ ପ୍ରଶଂସା ପତ୍ର,ସିଲ୍ଡ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।
ଏପରିକି ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କାର୍ଯ୍ୟରେ ବିଶେଷ ଭୂମିକା ନିର୍ବାହ କରୁଥିବା ଆମ ଓଡିଶା-ସମ୍ବାଦ,ଜୀବନବିନ୍ଦୁ,ଓଡିଶା ପୁଲିସ ସମ୍ବଲପୁର ,ମାରୱାଡି ଯୁବାମଞ୍ଚ, କ୍ଷେତରାଜପୁର ସେବା ପ୍ରଭୃତି ୫ଟି ଅନୁଷ୍ଠାନକୁ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ କ୍ଲବର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ପରିବେଶ ସୁରକ୍ଷା ସମ୍ବନ୍ଧିତ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶିବ ନାରାୟଣ ମହାରଣା ପ୍ରାରମ୍ଭିକ ସୂଚନା ଦେଇ ମା ସମଲେଶ୍ବରୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ।ଅନନ୍ତ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମ ପ୍ରଭାରୀ ମହାବୀର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମ୍ପାଦକ ମହମ୍ମଦ ମକବୁଲ,ପ୍ରଭାତ ହୋତା,ମହମ୍ମଦ ମୁନୀର,ଅଞ୍ଜଳି ରାଓ,ପ୍ରଦୀପ କୁମାର ଦାଶ,ଦୀପକ ଟଣ୍ଡନ୍,ପ୍ରଦୀପ କୁମାର ପଣ୍ଡା,ରାମ ଶର୍ମା,ଅମରେଶ ସୋନି ପ୍ରମୁଖ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।