Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଧାରଣ ତନ୍ତ୍ର ଦିବସରେ ସାମ୍ବାଦିକ ଙ୍କୁ କାର୍ଯ୍ୟକ୍ରମ ଶେଷ ରେ ନିମନ୍ତ୍ରଣ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା।

ହାଟଡିହି ୭୫ତମ ସାଧାରଣ ତନ୍ତ୍ର ଦିବସ ରେ ହାଟଡିହି ବ୍ଲକ ପକ୍ଷରୁ ପତାକା ଉତ୍ତୋଳନ ପରେ ସାମ୍ବାଦିକ ଙ୍କୁ ନିମନ୍ତ୍ରଣ କରିବାକୁ ନେଇ ସାମ୍ବାଦିକ ମାନଙ୍କ ମଧ୍ୟରେ ଆସିନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହାଟଡିହି ବ୍ଲକ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରତି ଛବି ସାଙ୍ଗକୁ ଅନେକ କାର୍ଯ୍ୟକ୍ରମ ର ବ୍ୟସ୍ତତା ଦୃଷ୍ଟିରୁ ବ୍ଲକ ମଣ୍ଡଳ ଅଧିକାରୀ ସମସ୍ତ ଙ୍କୁ ଫୋନ ଜରିଆରେ ଯୋଗାଯୋଗ କରିବାକୁ ଦାୟିତ୍ୱ ଦେଇଥିବା ବେଳେ ସାମ୍ବାଦିକ ମାନେ ଅଲୋଡ଼ା ହୋଇଥିଲେ। ଯାହାକି କିଛି ଲୋକ ଙ୍କ କହିବା ଅନୁଯାୟୀ ପୂର୍ବ ରୁ ବ୍ଲକ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନେ ସତ୍ୟ ସତ୍ୟ ବାହାର କରିଥିବାରୁ ବ୍ଲକ ମଣ୍ଡଳ ଅଧିକାରୀ ଆଉ କୌଣସି କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିବାକୁ ଇଛା ପ୍ରକାଶ କରୁନଥିବା ଶୁଣିବାକୁ ମିଳୁଛି। ଯାହା ଦ୍ଵାରା ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ଭଦ୍ରକ ରୁ କିଛି ଏଚ୍ ଡି କ୍ୟାମେରା ଥିବା ଫଟୋ ଉତ୍ତୋଳନ କରୀଙ୍କୁ ଡାକି କାର୍ଯ୍ୟକ୍ରମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।ତେଣୁ ଏଥିରେ ହାଟଡିହି ବ୍ଲକରେ ଥିବା ସାମ୍ବାଦିକ ମାନେ କାର୍ଯ୍ୟକ୍ରମ ରେ ଆସିବା ନଆସିବା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ