Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ‘ଲୋକ ସେବକ ମଣ୍ଡଳ’ ପକ୍ଷରୁ ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ମହାନ୍ ଦେଶଭକ୍ତ, ଲୋକ ସେବକ ମଣ୍ଡଳର ପ୍ରାଣ ପ୍ରତିଷ୍ଠାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭାରତ ରତ୍ନ, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଙ୍କ ୧୬୦ତମ ଜନ୍ମ ଜୟନ୍ତୀ ଭକ୍ତିମୟ ପରିବେଶରେ ପାଳନ କରାଯାଇଅଛି | ବରିଷ୍ଠ ସମାଜ ସେବିକା ଡାକ୍ତରାଣୀ ଶ୍ରୀମତୀ ନାରାୟଣୀ ପଣ୍ଡା, ଆଇନ କଲେଜର ଅଧ୍ୟକ୍ଷ ଡ଼ଃ ବିଜୟନନ୍ଦ ବେହେରା, ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ , କମ୍ୟୁନିଟି ସେଣ୍ଟର ର ମ୍ୟାନେଜର ଶ୍ରୀଯୁକ୍ତ ଲୋକନାଥ ରାଉତ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା, ଶ୍ରୀ ଖଗେଶ୍ୱର ନାୟକ, ସୁଶ୍ରୀ ସୋଫିଆ ପଣ୍ଡା, ଶ୍ରୀ ଲିଙ୍ଗରାଜ ସାହୁ ପ୍ରମୁଖ ବହୁ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଯୋଗଦାନ କରି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |