ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର:ଖଣ୍ଡୁଆଳଠାରେ ଚାଲିଥିବା ମାଁ ନିମସରିଏନ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି | ଖଣ୍ଡୁଆଳର ଚକ୍ରଧର ମାଝୀ ଓ ବୀର କିଶୋର ବଢେଇ ମିନି ଷ୍ଟାଡିୟମରେ ଅନୁଷ୍ଟିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ସମ୍ବଲପୁର ଜିଲ୍ଲାର ନାମିଦାମୀ ୮ଟି ଫୁଟବଲ ଦଳ ଭାଗ ନେଇଥିଲେ | ଏଥିରେ ବରେଇପାଲି ଓ ପିଣ୍ଟୁ ୧୧ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା | ଏଥିରେ ପେନଲାଲ୍ଟି ସଟରେ ବରେଇପାଲି ବିଜୟୀ ହୋଇଛି | କାର୍ଯ୍ୟକ୍ରମରେ ରେଙ୍ଗାଲି ସରପଞ୍ଚ୍ ଚିତ୍ତରଞ୍ଜନ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ସେବା ସ୍ବେଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ଡକ୍ଟର ଅମର ତାଣ୍ଡିଆ ଓ ମାନଭଞ୍ଜନ ପଶାୟତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର କର୍ଣ୍ଣ ବେହେରା, ଲଛମନ ନାଏକ, ଜୟରାଜ ଧର, ରାଜାରାମ ଓରାମ୍, ଜଗଦୀସ ମିର୍ଦ୍ଧା, ସୁମନ୍ତ ପ୍ରଧାନ ରେଫରି ଦାୟିତ୍ବ ତୁଲାଇଥିଲେ | କିଶୋର ପାଣ୍ଡେଙ୍କ ନେତୃତ୍ବରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବାବେଳେ ସମ୍ପାଦକ ସନ୍ତୋଷ ପାଢୀ, ବିଭୂତି ପାଢୀ, ଅମରଜିତ, ଅବିନାଶ, ବସୁଦେବ, ଜଲାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ |