Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏସୟୁଜେ ଭଦ୍ରକ ଜିଲ୍ଲା ଶାଖାର ନୂନତ କମଟି

ଭଦ୍ରକ:ଏସୟୁଜେ ଓଡ଼ିଶାର ଭଦ୍ରକ ଜିଲ୍ଲା ଶାଖାର ବୈଠକ ଏବଂ ନୂତନ ଜିଲ୍ଲା କମିଟି ଗଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ଦାସଙ୍କ ଆବାହକତ୍ବ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ନିହାର କୁମାର ଦାସ,ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ,ତପନ କୁମାର ସ୍ଵାଇଁ ଏବଂ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ଜାତୀୟ ସାମ୍ବାଦିକ ୟୁନିଅନର ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ମଂଚାସୀନ ରହି ସଂଗଠନ ର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା କମିଟି ଗଠନ ହୋଇଥିଲା। ସଭାପତି ଭାବେ ପ୍ରତାପ କୁମାର ଦାସ ଏବଂ ସାଧାରଣ ସମ୍ପାଦକ ଭାବେ ତପନ କୁମାର ମିଶ୍ର ଙ୍କ ନେତୃତ୍ୱରେ କାର୍ଯ୍ୟକାରୀଣି କମିଟି ଗଠନ କରାଯାଇଛି। ମୁଖ୍ୟ ଉପଦେଷ୍ଟା ଭାବେ ନିହାର କୁମାର ଦାସ , ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଧ୍ରୁବ ଚରଣ ବାରିକ, ବାସୁଦେବ ତ୍ରିପାଠୀ ଓ ତପନ କୁମାର ସ୍ଵାଇଁ, କାର୍ଯକାରୀ ସଭାପତି ଭାବେ ଉମା କଲ୍ୟାଣ ମହାପାତ୍ର ,ଉପ ସଭାପତି ଭାବେ ଶିବାନନ୍ଦ ଦାସ ଓ ରଜତ କୁମାର ପଣ୍ଡା,ସହ ସମ୍ପାଦକ ଭାବେ ସନାତନ ରାଉତ, ପ୍ରଭାତ କୁମାର ଦାସ ଏବଂ ପ୍ରିୟବ୍ରତ ଦାସ ଓସ କୋଷାଧ୍ୟକ୍ଷ – ବିନୋଦ ଧଳ ସାମନ୍ତ ରହିଛନ୍ତି। କାର୍ଯକାରିଣୀ କମିଟି ରେ ଅଜୟ କୁମାର ପଣ୍ଡା, ସଂଜୀବ କୁମାର ମହାନ୍ତି ଓ ପ୍ରଭାତ କୁମାର ସାମଲ ରହିଛନ୍ତି।