Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗେନ୍ଦ୍ର ନାଥ ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ଓ ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ମହାପ୍ରାଣ ଯୋଗେନ୍ଦ୍ର ନାଥ ମଣ୍ଡଳଙ୍କ ର ୧୨୧ ତମ ଜନ୍ମତିଥି ପାଳନ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲସିଂ ଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷ ଶିବଶଙ୍କର ପଧାନ ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ମୋତିଲାଳ ଦୋରା, ମହମ୍ମଦ ମୁସ୍ତିକିମ ,ଏମ ଆର ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ରହି ଯୋଗେନ୍ଦ୍ର ନାଥ ମଣ୍ଡଳଙ୍କ ନୀତି ଆଦର୍ଶ ଓ ବିନୋଦ ପଶାୟତଙ୍କ ସମ୍ବଲପୁର ଭାଷାରେ ଥିବା ରଚନା ଉପରେ ଆଳୋଚନା କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଥିବା ବିନୋଦ ପଶାୟତଙ୍କୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଜିତ କୁମାର ନନ୍ଦ, ଅନୁସିୟା ସାମଲ, ଗୁଣରଞ୍ଜନ ସାଲିମା, ଦୟାନିଧି ବେହେରା,ସିଲସିଲା ବେହେରା, ଆର୍ତ୍ତତ୍ରାଣ ଚାନ୍ଦ,ପ୍ରଦିପ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପମହାସଚିବ ଶେଖ୍ ଇନ୍ତେଖାପ୍ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ