Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରୁ ବାହାରିଲେ ଶ୍ରୀ ଜଗନ୍ନାଥ ପ୍ରକଳ୍ପ ଦର୍ଶନ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଦର୍ଶନ ନିମନ୍ତେ ସମ୍ବଲପୁରର ବିଭିନ୍ନ ୱାର୍ଡ଼ରୁ ଦର୍ଶକ ଗତକାଲି ଠାରୁ ପୁରୀ ବାହାରିଛନ୍ତି। ଏହି ତୀର୍ଥଯାତ୍ରୀ ମାନଙ୍କୁ ସେମାନଙ୍କ ମଙ୍ଗଳ କାମନା କରିବା ସହିତ ଶୁଭେଚ୍ଛା ଜଣାଇ ଶୁଭଯାତ୍ରା କାମନା କରିଛନ୍ତି ରେଢାଖୋଲ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଇଂ ରୋହିତ ପୂଜାରୀ। ସମ୍ବଲପୁରଶହର କାହିଁକି ବିଭିନ୍ନ ପଞ୍ଚାୟତରୁ ମଧ୍ୟ ଏହି ପ୍ରକଳ୍ପ ଦର୍ଶନରେ ଅନେକ ବାହାରିଛନ୍ତି। ତେବେ ଅନେକ ସ୍ଥାନରେ ଶ୍ରଦ୍ଧାଳୁ ମାନେ ଯିବାକୁ ଆଗ୍ରହ ପ୍ରକାଶ କରୁଥିଲେ ସୁଦ୍ଧା ଯେଉଁ ମାନେ ଏହାର ଦାୟିତ୍ୱରେ ରହିଛନ୍ତି ସେମାନେ ନିଜର ଅସହାୟତା ପ୍ରକାଶ କରୁଥିବା ବେଳେ ଲିଷ୍ଟ ଅନୁସାରେ ସେମାନେ ନେବାକୁ ବାଧ୍ଯ ବୋଲି ରୋକଠୋକ ଜଣାଇ ଦେଉଥିବାରୁ ଏହି ପ୍ରକଳ୍ପ ଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ଏକ ଅସନ୍ତୋଷ କାରଣ ସାଜିପାରେ ଓ ଆଗାମୀ ଦିନରେ ରାଜନୀତିକୁ ପ୍ରଭାବିତ କରିବା ଆଶଙ୍କ ମଧ୍ୟ ଉପୁଜିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ