Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରବାଡ଼ିରୁ ମହମଣ୍ଡଳ ସାପ ଉଦ୍ଧାର:ଜଙ୍ଗଲରେ ଛାଡ଼ିଲା ବନବିଭାଗ

ସମ୍ବଲପୁର(ଗୌଡ଼ପାଲି): ବଡ଼ରମା ରେଞ୍ଜ ଗୌଡ଼ପାଲି ସେକ୍ସନ ବଡ଼କୁଣ୍ଢେଇସରା ଗ୍ରାମର ଡମ୍ବରୁଧର ବେହେରାଙ୍କ ଘରବାଡ଼ିରେ ଗତକାଲି ସକାଳେ ଏକ ୧୦ଫୁଟ ଲମ୍ବର ବଡ଼ ମହାମଣ୍ଡଳ ସାପ ଦେଖିବାକୁ ମିଳିଥିଲା। ସାପଟି କିଛି ବଡ ଜୀବ ଖାଇ ଦେଇଥିବାରୁ ମିଳିଥିବା ସ୍ଥାନରେ ହିଁ ରହିଯାଇଥିଲା। ତାକୁ ଦେଖିବାକୁ ଗ୍ରାମବାସୀ ଓ ଆଖପାଖ ଅଂଚଳର ଲୋକେ ଡମ୍ବରୁଙ୍କ ଘରେ ଭିଡ଼ ଲଗାଇଥିଲେ। ତେବେ ଗୌଡପାଲି ଫରେଷ୍ଟର ଲେଖାରାଣୀ ମହାନନ୍ଦ ଖବର ପାଇ ବିଭାଗର ଦୁଇଜଣ କୁଶଳୀ ସାପ ଧରାଳି ଙ୍କୁ ଡମ୍ବରୁଙ୍କ ଘରକୁ ପଠାଇ ଉକ୍ତ ସାପଟିକୁ ଉଦ୍ଧାର କରିଥିଲେ। ପରେ ବନବିଭାଗ ସାପଟିକୁ ନେଇ ବଡ଼ ରମା ଅଭୟାରଣ୍ୟରେ ଛାଡ଼ିଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ