Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭେଜିକୁଦରେ ରାମେଶ୍ଵରମ ମନ୍ଦିରର ପ୍ରତିଷ୍ଠା: ପୂଜା ପାଇଲେ ଶିବ

ସମ୍ବଲପୁର(ମୁଣ୍ଢେନପାଲି): ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜିକୁଦ ଗ୍ରାମରେ ଆଜି ନବ ନିର୍ମିତ ରାମେଶ୍ଵରମ ଶିବ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଗତ ୨୬ ତାରିଖରେ କଳସ ଯାତ୍ରା ସହିତ ଆରମ୍ଭ ହୋଇ ଆଜି ମନ୍ଦିରର ପୂର୍ଣ୍ଣାହୁତି ପ୍ରତିଷ୍ଠା ସମାହିତ ହୋଇଛି। ଏହି ଭକ୍ତିମୟ ଉତ୍ସବରେ ପ୍ରସନ୍ନ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ହୃଷୀକେଶ ପଣ୍ଡା, ଆଶିଷ ସେନାପତି ଓ ନିଲେଶ ସେନାପତି ସପତ୍ନିକ କର୍ତ୍ତା ଦାୟିତ୍ୱରେ ଥିବାବେଳେ ପଣ୍ଡିତ କାର୍ଯ୍ୟରେ ପ୍ରଶାନ୍ତ ନାୟକ, ଗୋବିନ୍ଦ କର, ସାଧୂଚରଣ କର ଓ ଦୁଃଖନାସନ କର ଦାୟିତ୍ତ୍ଵ ନିର୍ବାହ କରିଥିଲେ। ଏହି ନୂତନ ଶିବ ମନ୍ଦିରରେ ନର୍ମଦେଶ୍ୱର ଶିବ ଲିଙ୍ଗ ସ୍ଥାପନା କରାଯାଇଅଛି। ସମୁଦାୟ ୪ଦିନ ଧରି ଏହି ଉତ୍ସବରେ ପ୍ରତ୍ୟହ ସନ୍ଧ୍ୟାରେ ବରଗଡର ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାମେଶ୍ଵରମ ସେବା ସମିତିର ସଭାପତି ଲକ୍ଷ୍ମଣ ନାଥ ଓ ସମ୍ପାଦକ ସୁବ୍ରତ ପଣ୍ଡାଙ୍କ ସମେତ ବନମାଳୀ ପଣ୍ଡା, ମୁକେଶ ପଣ୍ଡା, ସୁନୀଲ ପଣ୍ଡା, ସୌରଭ ପଣ୍ଡା, ଶୁଭମ ପଣ୍ଡା, ଆକାଶ ପଣ୍ଡା, ମନୋଜ ସେନାପତି ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ