Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଅାମ୍ବପୁଅାସ୍ଥିତ ଲୁଇବ୍ରେଲ ଧନ୍ଦାମୂଳକ ତାଲିମ କେନ୍ଦ୍ର ଠାରେ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆସିକା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବିଜେଡି ସଂଗଠକ ବଂଶୀଧର ନାହାକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଅବସରପ୍ରାପ୍ତ ନିତ୍ୟାନନ୍ଦ ପାଢ଼ୀ, ସମାଜସେବୀ ଅରବିନ୍ଦ ମହାପାତ୍ର, ସାହିତି୍ୟକ ସୁଶାନ୍ତ କର ପ୍ରମୁଖ ଯୋଗଦେଇ ଈଶ୍ୱରଙ୍କ କରୁଣାରୁ ଦୃଷ୍ଟିହୀନମାନେ ଦିବ୍ୟଦୃଷ୍ଟି ଲାଭ କରିଥିବାରୁ ସେମାନେ ସାଧାରଣ ବ୍ୟକ୍ତିଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର ଜୀବନାନୁଭୂତି ପ୍ରକାଶ କରିଥିଲେ ଶେଷରେ ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।