Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦରେ ରାସ୍ତା ଦୁର୍ଘଟନା:କମିଶନର ଦେଖାଇଲେ ମହାନତା,ସାଥ୍ ଦେଲେ ସମାଜସେବୀ

ସମ୍ବଲପୁର(ହୀରାକୁଦ):ହୀରାକୁଦ ଠାରେ ଏକ ରାସ୍ତା ଦୁର୍ଘଟନାରେ ଛଟପଟ ହେଉଥିବା ଦେଖି ସମ୍ବଲପୁର ମହାନଗର ନିଗମ କମିଶନର ବିଦ୍ୟା ଭୂଷଣ ଦେଖାଇଛନ୍ତି ନିଜର ମହାନତା।ଆଜି ଅପରାହ୍ନ ୧୨ଟା ସମୟରେ କମିଶନର ହୀରାକୁଦରେ ଏକ ସରକାରୀ କାମ ସାରି ସମ୍ବଲପୁର ଫେରିବା ବାଟରେ ମୁଣ୍ଡା ପେଟ୍ରୋଲ ପମ୍ପ ଠାରେ ଜଣେ ବାଇକ ଆରୋହୀ ଗୋଟିଏ ଗାଈ ସହିତ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ମାନେ ଦୁର୍ଘଟନା ଗ୍ରସ୍ତ ଉପରେ ଅନାଉ ନଥିବାବେଳେ କମିଶନର ବିଦ୍ୟା ଭୂଷଣ ନିଜ ଗାଡି ଅଟକାଇ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ହୀରାକୁଦ ମେଡିକାଲକୁ ନେଇଥିଲେ । ଏହି ଖବର ପାଇ ହୀରାକୁଦର ରୋଗୀ କଲ୍ୟାଣ ସମିତିର ସଭ୍ୟ ତଥା ସମାଜସେବୀ କାର୍ତ୍ତିକ କଲେତ,ରାଜେଶ ମିଶ୍ର,ଦେବଲାଲ ଦାଶ ପ୍ରମୁଖ ପହଞ୍ଚି ଏଥିରେ ସହଯୋଗ କରିଥିଲେ। ଆହତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ ଗୁପ୍ତା। ହୀରାକୁଦରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଭିମସାରକୁ ପଠାଇ ଦିଆଯାଇଛି ।ରାସ୍ତାରେ ବାରମ୍ବାର ଏଭଳି ଅନେକ ଘଟଣା ଘଟି ଅକାଳରେ ଅନେକ ଜୀବନ ଯାଉଥିବା ବେଳେ ବିଦ୍ୟାଭୂଷଣଙ୍କ ପରି ହୃଦୟବାନ୍ ଓ ମାନବିକତା ଥିବା ବ୍ୟକ୍ତି ବିଶେଷଙ୍କ ଏଭଳି ନିଦର୍ଶନହିଁ ସମାଜ ପାଇଁ ଏକ ବାର୍ତ୍ତା ହୋଇ ରହିଯାଉଛି।କମିଶନରଙ୍କ ଏହି ମହାନତା କାର୍ଯ୍ୟ ପାଇଁ ବିଦ୍ୟା ଭୂଷଣଙ୍କୁ ହୀରାକୁଦରେ ଭୂରି ଭୂରି ପ୍ରଶଂସାର ସୁଅ ଛୁଟୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ